ଭଣ୍ଡାରିପୋଖରୀ ଆସନ: ଏଥର ବିଜେଡି-କଂଗ୍ରେସ ଲଢ଼େଇ

Advertisment

ଆଞ୍ଚଳିକ ବିକାଶ ମୁଖ୍ୟ ପ୍ରସଙ୍ଗ, ଝୁଲିରହିଛି ବିଜେପିର ପ୍ରାର୍ଥିତ୍ବ

ଆଞ୍ଚଳିକ ବିକାଶ ମୁଖ୍ୟ ପ୍ରସଙ୍ଗ, ଝୁଲିରହିଛି ବିଜେପିର ପ୍ରାର୍ଥିତ୍ବ

ଭଣ୍ଡାରିପୋଖରୀ ଆସନ: ଏଥର ବିଜେଡି-କଂଗ୍ରେସ ଲଢ଼େଇ

ଭଦ୍ରକ: ଭଦ୍ରକ ଲୋକସଭା ସମେତ ୫ ବିଧାନସଭା ଆସନରେ ସବୁ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଅନ୍ୟପକ୍ଷରେ ବିଜେଡିରୁ ସଞ୍ଜୀବ ମଲ୍ଲିକ ଓ କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି। ତେବେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ବି ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ଆକଳନ। ୨୦୧୯ରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ଭେଟେରାନ୍ ନେତା ପ୍ରଫୁଲ୍ଲ ସାମଲ ଓ ନିରଞ୍ଜନଙ୍କ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳିଥିଲା। କଡ଼ା ମୁକାବିଲା ମଧ୍ୟରେ ପ୍ରଫୁଲ୍ଲ ୮୮୫୯ ଭୋଟ୍‌ରେ ବିଜୟୀ ହୋଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିଲା ବିଜେପି।

ପ୍ରଫୁଲ୍ଲଙ୍କୁ ଏଥର ବିଜେଡି ଭଦ୍ରକ ଆସନରୁ ପ୍ରାର୍ଥୀ କରିଥିବା ବେଳେ ସଞ୍ଜୀବଙ୍କୁ ଭଣ୍ଡାରିପୋଖରୀରୁ ଛିଡ଼ା କରିଛି। ପ୍ରାର୍ଥୀ ଅଦଳବଦଳ ପଛର କାରଣ ଯାହା ଥାଉ ନା କାହିଁକି, ସଞ୍ଜୀବ କିନ୍ତୁ ଭଣ୍ଡାରିପୋଖରୀ ପାଇଁ ସମ୍ପୂର୍ଣ୍ଣ ନୂଆ। ତେଣୁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ମାଧ୍ୟମରେ ସେ ନିଜର କ୍ଷେତ୍ର ପ୍ରସ୍ତୁତି କରିବା ସହ ବିକାଶ ପ୍ରସଙ୍ଗକୁ ଆୟୁଧ କରି ଜନମତ ଜୁଟାଇବାରେ ଲାଗିଛନ୍ତି। ସେପଟେ ନିରଞ୍ଜନଙ୍କୁ ନେଇ କର୍ମୀମାନେ ମଧ୍ୟ ବେଶ୍‌ ଉତ୍ସାହିତ। ଗଲାଥର ଅଳ୍ପ ବ୍ୟବଧାନରେ ହାରି ଯାଇଥିଲେ ମଧ୍ୟ ଭଣ୍ଡାରିପୋଖରୀ ଅଞ୍ଚଳବାସୀଙ୍କ ସୁଖଦୁଃଖ ସହ ଅଛନ୍ତି ନିରଞ୍ଜନ। ଏହାଛଡ଼ା ପୁରଖା ଓ ଅନୁଭବୀ ନେତା ଭାବେ ତାଙ୍କର ଦକ୍ଷତା କାହାକୁ ଅଛପା ନାହିଁ। ପ୍ରତିଦିନ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ କରି କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ସହ ପ୍ରଚାରକୁ ମଧ୍ୟ ଜୋରଦାର କରିଛନ୍ତି। ନିକଟରେ ବନ୍ତ ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ଭଦ୍ରକ ସଂସଦୀୟ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀଙ୍କ ସହ ବିଶାଳ ମୋଟରସାଇକେଲ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲେ ନିରଞ୍ଜନ। ବୈତରଣୀରେ ଦୁର୍ବଳ ନଦୀବନ୍ଧର ସ୍ଥାୟୀ ପ୍ରତିକାର ଏଯାଏ ହୋଇ ପାରିଲାନି। ଏହାଛଡ଼ା ଭଣ୍ଡାରିପୋଖରୀ ପାଇମହୁରାଠାରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା, ବନ୍ତରେ ଏନ୍‌ଏସି, କୋର୍ଟ ଓ ଦମକଳ କେନ୍ଦ୍ର କାହିଁକି ୨୫ ବର୍ଷ ଭିତରେ ହୋଇ ପାରିଲାନି ବୋଲି ଜବାବ ମାଗିଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ଉପରୋକ୍ତ ପ୍ରସଙ୍ଗ ସହିତ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ, ବିଜେପି ଏଯାଏ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବଦ୍ରିନାରାୟଣ ଧଳ, ବରିଷ୍ଠ ନେତା ପଞ୍ଚାନନ ରାଉତ, ବିଜେଡିରୁ ଆସି ବିଜେପିରେ ମିଶିଥିବା ବିଶିଷ୍ଟ ନାଟ୍ୟକାର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ସୁଧାଂଶୁ ନାୟକ, ମହିଳାନେତ୍ରୀ ସୁଜାତା ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe