ମୟୂରଭଞ୍ଜରେ ଚାଲିଛି ଲଘୁ ଖଣିଜ ସମ୍ପଦର ବ୍ୟାପକ ଚୋରା କାରବାର, ରୋକାଯିବା ନେଇ ପଦକ୍ଷେପ ନେବାକୁ ଦାବି କଲା ଭଞ୍ଜସେନା

Advertisment

ନଚେତ ଆନ୍ଦୋଳନ ଚେତାବନୀ

ନଚେତ ଆନ୍ଦୋଳନ ଚେତାବନୀ

ମୟୂରଭଞ୍ଜରେ ଚାଲିଛି ଲଘୁ ଖଣିଜ ସମ୍ପଦର ବ୍ୟାପକ ଚୋରା କାରବାର, ରୋକାଯିବା ନେଇ ପଦକ୍ଷେପ ନେବାକୁ ଦାବି କଲା ଭଞ୍ଜସେନା

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ଓ ମାଫିଆମାନଙ୍କ ମଧ୍ୟରେ ସଲାସୁତରା ମାଧ୍ୟମରେ ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ହରିଲୁଟ ହେଉଥିବାର ଅଭିଯୋଗ ଆଣିଛି ଭଞ୍ଜସେନା । ଉକ୍ତ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣକୁ ଏକ ମାସ ମଧ୍ୟରେ ରୋକା ନ ଗଲେ ଭଞ୍ଜସେନା ଡ଼ିସେମ୍ବର ୨୮ରେ ଆନ୍ଦୋଳନକୁ ଉହ୍ଲାଇ ଆସିବ ବୋଲି ଚେତାବନୀ ଦେଇଛି।

ଏଥି ସହିତ ଆଜି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରୁଦ୍ରନାରାୟଣ ମହାନ୍ତିଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ନବୀନଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ପଥର ଓ ବାଲିଖାଦାନଗୁଡ଼ିକ ମାଇନିଂ ପ୍ଲାନ ସହ ଲକ୍ଟକ୍ସର ନିୟମାବଳୀ ଅନୁସାରେ ଚାଲୁଛିକି ନାହିଁ ପ୍ରତ୍ୟେକ ୨ ମାସ ଅନ୍ତରରେ ମାପ କରାଯାଉ ଓ ଯଦି ନିଲାମଧାରୀ ଲିଜ ସର୍ତ୍ତ ଖିଲାପ କରିଥାନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ମୟୂରଭଞ୍ଜରୁ ବାହାର ଜିଲ୍ଲା ଓ ରାଜ୍ୟକୁ ପଥର ଓ ବାଲି ଚାଲାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା, କେବଳ ରାସ୍ତାରେ ଟ୍ରାକ ଓ ଟ୍ରକଗୁଡ଼ିକୁ ଧରି ଫାଇନ ଆଦାୟ କରାଯିବା ସାଙ୍ଗକୁ ବଡ଼ ବଡ଼ ପଥର ଓ ବାଲି ମାଫିଆଙ୍କ ଉପରେ ଚଢ଼ାଉ କରାଯାଇ ଚୋରା ଚାଲାଣ ବନ୍ଦ କରାଯିବା, ଏନଏଚ ୧୮ ଓ ୧୯ ଦୋହରୀକରଣ ନାମରେ ଆବଶ୍ୟକତାଠାରୁ ଅଧିକ ବାଲି ଓ ପଥର ଉତ୍ତୋଳନ କରାଯାଇ ବାହାର ଜିଲ୍ଲା ଓ ରାଜ୍ୟକୁ ଚାଲାଣ ବନ୍ଦ କରାଯିବା ଏବଂ ବେଆଇନ ଭାବେ ପଥର ଓ ବାଲି ଉତ୍ତୋଳନ ସହ ପାହାଡ଼, ଜଙ୍ଗଲକୁ ଧ୍ୱଂସ କରି ବ୍ୟବସାୟ ଚଳାଇଥିବା ବ୍ୟବସାୟୀମାନଙ୍କୁ ସୁରକ୍ଷା ଦେଉଥିବା ସରକାରୀ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆଦି ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଭଞ୍ଜସେନା ସଭାପତିଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ଛାତ୍ର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ମାନସ ବେହେରା, ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, କପ୍ତିପଦା ଉପଖଣ୍ଡ ସଭାପତି ରବୀନ ମହାନ୍ତି, ପଞ୍ଚପିଢ଼ ଉପଖଣ୍ଡ ସଭାପତି ଦୀପକ ମହାନ୍ତ, ବାମନଘାଟି ଉପଖଣ୍ଡ ସଭାପତି ସୌମିତ ବଳ, ସମ୍ପାଦକ ଏସକେ ରାଜା ଖାନ, ସାଙ୍ଗଠନିକ ସମ୍ପାଦକ ଧନଞ୍ଜୟ ସାହୁ, ବାରିପଦା ସହର ସଭାପତି ପ୍ରୀତମ ପଣ୍ଡା, ଉପସଭାପତି ରାକେଶ ମହାନ୍ତି, ଉପସଭାପତି ପ୍ରଶାନ୍ତ ମହାକୁଡ଼, ଛାତ୍ର ଉପସଭାପତି ରବୀନ୍ଦ୍ର ସାହୁ, ଛାତ୍ରନେତା ମୁକ୍ତିଦତ୍ତ ପରିଡ଼ା, ଅଭିଷେକ ମହାପାତ୍ର, ସନ୍ଦୀପ କୁମାର ପୃଷ୍ଟି ପ୍ରମୁଖ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମହାନ୍ତିଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe