ଭଞ୍ଜନଗର: ବିବାଦରୁ ନରହତ୍ୟା: କଟାମୁଣ୍ଡ ଧରି ଆତତାୟୀ ଥାନାରେ ହାଜର

ଭଞ୍ଜନଗର: ବିବାଦରୁ ନରହତ୍ୟା: କଟାମୁଣ୍ଡ ଧରି ଆତତାୟୀ ଥାନାରେ ହାଜର

Photo Sambad.in

ଭଞ୍ଜନଗର: ବିବାଦ ଓ ତିକ୍ତ ସମ୍ପର୍କ ଯୋଗୁଁ ରବିବାର ରାତିରେ ଧରାକୋଟ ବ୍ଲକ୍‌ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧୀନସ୍ଥ ଅଲାମ୍ବା ଗାଁ’ରେ ଜଣେ ବ୍ୟକ୍ତଙ୍କର ମୁଣ୍ଡକାଟ କରାଯାଇଛି। ବିବାଦ ଚରମ ସୀମାରେ ପହଞ୍ଚିବା କାରଣରୁ ଅଙ୍ଗଦ ରାଉତ ନାମଧ୍ୟେୟ ଜଣେ ବ୍ୟକ୍ତି ପାଣ୍ଡବ ନାୟକଙ୍କ ମୁଣ୍ଡ କାଟି ତାଙ୍କୁ ହତ୍ୟା କରିଛନ୍ତି।

ଠିକା କାମ ଧରିବାକୁ ନେଇ ପାଣ୍ଡବ ନାୟକ ଏବଂ ଅଙ୍ଗଦ ରାଉତଙ୍କ ମଧ୍ୟରେ ସଦାସର୍ବଦା ବିବାଦ ଏବଂ ତିକ୍ତତା ଲାଗି ରହିଥିଲା। ମଝିରେ ଆୟୋଜିତ ପଲ୍ଲୀସଭାରେ ମଧ୍ୟ ଉଭୟଙ୍କ ମଧ୍ୟରେ ତୁମୁଳ ଝଗଡ଼ା ହୋଇଥିଲା। ଫଳତଃ, କିଛି ଦିନ ତଳେ ଉଭୟ ଉଭୟଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ।

ନିହତ ପାଣ୍ଡବଙ୍କ ପତ୍ନୀ କହନ୍ତି ଯେ ରବିବାର ସନ୍ଧ୍ୟାରେ ପାଞ୍ଚ ଜଣ ଲୋକ ଘରକୁ ଆସି ପାଣ୍ଡବଙ୍କୁ ଡାକି ନେଇଥିଲେ। ସମ୍ଭବତଃ ପାଣ୍ଡବଙ୍କୁ ସେମାନେ ଗାଁ’ ମଝିକୁ ନେଇ କୌଣସି ଅସ୍ତ୍ରରେ ତାଙ୍କ ମୁଣ୍ଡକାଟ କରି ହତ୍ୟା କରିଛନ୍ତି।
ପାଣ୍ଡବଙ୍କ କବନ୍ଧ ରକ୍ତାକ୍ତ ହୋଇ ତଳେ ପଡ଼ିଥିବାବେଳେ ତାଙ୍କର କଟିଯାଇଥିବା ମୁଣ୍ଡଟିକୁ ଧରି ଅଙ୍ଗଦ ରାଉତ ବଡ଼ଗଡ଼ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଣ୍ଡବଙ୍କ ଶବ ଜବତ କରିବା ସହ ସେଠାକାର ପାରିପାର୍ଶ୍ୱିକ ସ୍ଥିତି ଅନୁସନ୍ଧାନ କରୁଛି। ବ୍ୟବଚ୍ଛେଦ ନିମନ୍ତେ ଶବ ଆସ୍କା କିଂବା ସରଡ଼ା ଡାକ୍ତରଖାନା ପଠାଯିବ ବୋଲି ପୁଲିସ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe