ଶ୍ରୀକ୍ଷେତ୍ରରେ ଭଉଁରୀ ଯ଼ାତ୍ରା, ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

Advertisment
ଶ୍ରୀକ୍ଷେତ୍ରରେ ଭଉଁରୀ ଯ଼ାତ୍ରା, ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ଭୁବନେଶ୍ବର :  ଆଜି ପବିତ୍ର ଭଉଁରୀ ତିଥିରେ ପୁରୀରେ ଶ୍ରୀମନ୍ଦିରରୁ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯ଼ାଇଛି । ସକାଳ ଧୂପ ପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କଠାରୁ ଆଜ୍ଞାମାଳ ଆସି ତିନିରଥର ଚକ ଅଖରେ  ଲାଗି କରାଯ଼ାଇଥିଲା  ।

ମହାପ୍ରଭୁଙ୍କ ଆଜ୍ଞା ମିଳିବା ପରେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ କରାଯାଇଛି। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡେରା କାମ ଶେଷ ହୋଇଥିବା ବେଳେ ମହାରଣା ସେବକ ଓ ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି।  ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଚକଡେରା କାର୍ଯ୍ୟ ଶେଷ ହେବ ।

ପରମ୍ପରା ଅନୁଯାୟୀ, ଆଜି ସକାଳେ ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନେ ମହାରଣା ସେବକଙ୍କୁ ଚକ, ଅଖ ଡେରା ସଂପର୍କରେ ଅବଗତ କରିଥିଲେ। ପରେ ଚକ, ଅଖ ଡେରା ହୋଇଥିଲା। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଡେରା ହୋଇଥିବା ଚକରେ ବିଜେ କରାଯାଇଥିଲା। ପୂଜାପଣ୍ଡା ସେବକମାନେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଚକଡେରା କାର୍ୟ୍ୟ ଅନୁକୂଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe