ଆଜି ‘ଭାରତ ବନ୍ଦ’

Advertisment

କୃଷକ ସଂଗଠନ, କଂଗ୍ରେସ, ବାମ ଦଳଙ୍କ ସମର୍ଥନ

କୃଷକ ସଂଗଠନ, କଂଗ୍ରେସ, ବାମ ଦଳଙ୍କ ସମର୍ଥନ

ଆଜି ‘ଭାରତ ବନ୍ଦ’

www.jagran.com

ଭୁବନେଶ୍ବର : ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ସୋମବାର ୧୦ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ଏହାକୁ କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ସମର୍ଥନ ଦେଇଇଛନ୍ତି। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ସାରା ରାଜ୍ୟରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ବନ୍ଦ ସମୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବାରୁ ଏହି ସବୁ ପ୍ରତିଷ୍ଠାନ ଓଡ଼ିଶାରେ ବନ୍ଦ ରହିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି। ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ପଡ଼ିବେ ସଂଗଠନମାନଙ୍କ ପକ୍ଷରୁ କୁହାଯାଇଛି।

ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା‌ କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି। ଲୋକସେବା ଭବନର ମୁଖ୍ୟ ଫାଟକ ପୂର୍ବାହ୍ନ ୧୦ଟା ୧୫ରେ ବନ୍ଦ କରାଯିବ। ଏହାପରେ ପଛ ଗେଟ୍‌ ଦେଇ କର୍ମଚାରୀ ଓ ପାସ୍‌ ପାଇଥିବା ଲୋକମାନେ ଯାତାୟତ କରିପାରିବେ ବୋଲି କୁହାଯାଇଛି।

ଓଡ଼ିଶାରେ ବନ୍ଦ ସଫଳ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବନ୍ଦ ପାଳନକୁ କଂଗ୍ରେସ ଦୃଢ ସମର୍ଥନ ଦେବ। କିନ୍ତୁ ଅତ୍ୟାବଶ୍ୟକ ସେବା ଉପରେ କଟକଣା ରହିବ ନାହିଁ। ବିଜେଡି ଭାରତ ବନ୍ଦ ଡାକରାକୁ ସମର୍ଥନ କରିବ ବୋଲି ସ୍ପଷ୍ଟ ଭାବେ କହିନଥିଲେ ମଧ୍ୟ କହିଛି ଯେ ଦଳ ସବୁବେଳେ ଚାଷୀଙ୍କ ସହ ରହିଛି। ସଂସଦରେ ଏମ୍‌ଏସ୍‌ପି ପ୍ରସଙ୍ଗ ମଧ୍ୟ ଜୋରଦାର୍‌ ଭାବେ ଉଠାଇଛି।

ବିଜେପି କହିଛି ଯେ କଂଗ୍ରେସ ଓ ବାମ ଦଳ ନିଜ ରାଜନୈତିକ ପତିଆରା ବଜାୟ ରଖିବାକୁ ଏପରି ବନ୍ଦ ଓ ଆନ୍ଦୋଳନ କରିଥାନ୍ତି। ଏହାର କୌଣସି ପ୍ରଭାବ ପଡିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe