ଦୁବାଇର ‘ଗଲ୍ ଫୁଡ୍’ ପ୍ରଦର୍ଶନୀ ମେଳାରେ ଭାରତ ମସଲା

Advertisment

ବିଶ୍ବର ବ୍ୟାବସାୟିକ ପେଣ୍ଠସ୍ଥଳୀ ଉପସାଗରୀୟ ଦେଶ ୟୁନାଇଟେଡ ଆରବ ଏମିରଟର ଦୁବାଇଠାରେ ଚାଲିଥିବା ‘ଗଲ୍ ଫୁଡ୍’ର ୩୦ତମ ସଂସ୍କରଣ କ୍ରେତା ବିକ୍ରେତା ପ୍ରଦର୍ଶନୀ ସମ୍ମିଳନୀରେ ନିଜର ଉପସ୍ଥିତି ଜାହିର କରିଛି ଭାରତ ମସଲା କମ୍ପାନି।

ବିଶ୍ବର ବ୍ୟାବସାୟିକ ପେଣ୍ଠସ୍ଥଳୀ ଉପସାଗରୀୟ ଦେଶ ୟୁନାଇଟେଡ ଆରବ ଏମିରଟର ଦୁବାଇଠାରେ ଚାଲିଥିବା ‘ଗଲ୍ ଫୁଡ୍’ର ୩୦ତମ ସଂସ୍କରଣ କ୍ରେତା ବିକ୍ରେତା ପ୍ରଦର୍ଶନୀ ସମ୍ମିଳନୀରେ ନିଜର ଉପସ୍ଥିତି ଜାହିର କରିଛି ଭାରତ ମସଲା କମ୍ପାନି।

dssddsxcz

କଟକ: ବିଶ୍ବର ବ୍ୟାବସାୟିକ ପେଣ୍ଠସ୍ଥଳୀ ଉପସାଗରୀୟ ଦେଶ ୟୁନାଇଟେଡ ଆରବ ଏମିରଟର ଦୁବାଇଠାରେ ଚାଲିଥିବା ‘ଗଲ୍ ଫୁଡ୍’ର ୩୦ତମ ସଂସ୍କରଣ କ୍ରେତା ବିକ୍ରେତା ପ୍ରଦର୍ଶନୀ ସମ୍ମିଳନୀରେ ନିଜର ଉପସ୍ଥିତି ଜାହିର କରିଛି ଭାରତ ମସଲା କମ୍ପାନି। ୧୭ରୁ ୨୧ତାରିଖ ପାଞ୍ଚ ଦିନ ଧରି ଚାଲିଥିବା ଏହି କ୍ରେତା ବିକ୍ରେତା ସମ୍ମିଳନୀରେ ବିଶ୍ୱର ପ୍ରାୟ ୧୨୯ଟି ଦେଶର ଶିଳ୍ପପତି ନିଜର ଉତ୍ପାଦିତ ସାମଗ୍ରୀକୁ  ପ୍ରାୟ ୫ ହଜାର ୫୦୦ ଷ୍ଟଲରେ ପ୍ରଦର୍ଶିତ କରାଇଥିଲେ।

ଭାରତ ମସଲା କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି ଯେ, ବିଶ୍ୱର ଅନ୍ୟ ଦେଶ ସହ ବ୍ୟବସାୟ ସମ୍ପ୍ରସାରଣ କରିବା କମ୍ପାନିର ମୂଳ ଲକ୍ଷ୍ୟ। ତେବେ ଭାରତକୁ କିପରି ଅଧିକରୁ ଅଧିକ ବିଦେଶୀ ମୁଦ୍ରା ଆସିବ ଏବଂ ଅର୍ଥନୀତି ସୁଦୃଢ଼ ହେବ କମ୍ପାନି ସେ ଦିଗ ପ୍ରତି ଧ୍ୟାନ ଦେଇଛି। ଭାରତ ମସଲାର ଦୁବାଇ ବ୍ୟବସାୟର ରପ୍ତାନୀ ମୁଖ୍ୟ ରଶ୍ମିରଞ୍ଜନ ପରିଡ଼ାଙ୍କ ତତ୍ତ୍ୱାବଧାନ ଓ ଦୁବାଇ ଷ୍ଟକିଷ୍ଟ୍‌ ଉମର ସର୍ଜ୍ଜିନଙ୍କ ପ୍ରତ୍ୟେକ କର୍ମଚାରୀ ସମ୍ମିଳନୀରେ କମ୍ପାନିର ପ୍ରଚାରପ୍ରସାରରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe