ବରପାଲିରେ ଭାରତ ମସଲା ରିଟେଲର୍‌ ଓ ରୋଷେୟାଙ୍କ କର୍ମଶାଳା

Advertisment
ବରପାଲିରେ ଭାରତ ମସଲା ରିଟେଲର୍‌ ଓ ରୋଷେୟାଙ୍କ କର୍ମଶାଳା

ବରପାଲି : ବରଗଡ଼ ଜିଲ୍ଲା ବରପାଲିର ଭାରତ ମସଲାର ରିଟେଲର ସୁରେଶ ଅଗ୍ରୱାଲଙ୍କ ବସଷ୍ଟାଣ୍ଡ ସ୍ଥିତ କ୍ବାଲିଟି ଷ୍ଟୋରଠାରେ ଗୁରୁବାର ଭାରତ ମସଲା କମ୍ପାନି ପକ୍ଷରୁ ରିଟେଲର ଓ ରୋଷେଇୟାଙ୍କୁ ନେଇ ଏକ କର୍ମଶାଳା ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପୁର ବିଧାୟିକା ରୀତା ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭାରତ ମସଲାର ଗୁଣବତ୍ତା ସଂପର୍କରେ ଆଲୋଚନା କରିବା ସହ କମ୍ପାନିର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସଭାରେ ରେଭେନ୍ସା କଲେଜର ପ୍ରଫେସର ସୁବ୍ରତ ପ୍ରକାଶ ଦାଶ (ବିକାଶ) ମୁଖ୍ୟବକ୍ତା ତଥା ଭାରତ ମସଲା କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିକୃତ ବିକ୍ରେତା ସୁରେଶ ଅଗ୍ରୱାଲ, ଡିଷ୍ଟ୍ରିବ୍ୟୁଟର ଆସୋସିଏସନ୍‌ର ‌ସଭାପତି ହରିଶ ଅଗ୍ରୱାଲ, ଏରିଆ ସେଲ୍ସ ମ୍ୟାନେଜର ଦିଲୀପ ଦାଶ, ଡମ୍ବରୁ ସାହୁ ପ୍ରମୁଖ ମଞ୍ଚାସୀନ ରହି ଭାରତ ମସଲା କମ୍ପାନି ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ସହ ତାର ପ୍ରସାର ଓ ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ। ବୁଲୁ ବାଗ ସଭା ସ˚ଯୋଜନା କରିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରୋଷେୟାମାନଙ୍କୁ କମ୍ପାନି ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଏଥି ସହ କମ୍ପାନି ପକ୍ଷରୁ ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଅତିଥିମାନଙ୍କୁ ସୁରେଶ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe