ଟିକେଟ ନ ମିଳିବାରୁ ଭରତ ବିଜେପି ଛାଡ଼ିଲେ : ମୋହନାରୁ ସ୍ବାଧୀନ ଭାବେ ଲଢିବେ

Advertisment
ଟିକେଟ ନ ମିଳିବାରୁ ଭରତ ବିଜେପି ଛାଡ଼ିଲେ : ମୋହନାରୁ ସ୍ବାଧୀନ ଭାବେ ଲଢିବେ

ପାରଳାଖେମୁଣ୍ଡି : ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମୋହନାର ପୂର୍ବତନ ବିଧାୟକ ଭରତ ପାଇକ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରି ବିଜେପି ଦଳ ଛାଡ଼ିଛନ୍ତି। ଦଳ ତାଙ୍କୁ ଏବଂ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତାକୁ ଅଣଦେଖା କରିଛି ବୋଲି ଅଭିଯୋଗ କରିଛନ୍ତି। ସେ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଥିଲେ। କେବେ ବି ଦଳ ନ ବଦଳାଇ ଗୋଟିଏ ଦଳରେ ରହି ସଂଗଠନ ବୃଦ୍ଧି କରିଥିଲେ। ପୂର୍ବରୁ ଥରେ ୨୦୦୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୧୪ରେ କମ୍ ବ୍ୟବଧାନରେ ସେ ମୋହନାରୁ ହାରିଥିଲେ। ଏହା ସତ୍ବେ ତାଙ୍କୁ ଟିକଟ ଦିଆଗଲା ନାହି।

ଭରତ ପାଇକ ଗଜପତି ଜିଲ୍ଲାର ବିଜେପି ସଭାପତି ଏବଂ ରାଜ୍ୟ ବିଜେପି ଉପସଭାପତି ଥିଲେ। ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦଳର ବରିଷ୍ଠ ଓ ବିଶ୍ୱସ୍ତ ନେତାଙ୍କୁ ଟିକେଟ ଦିଆ ନଯାଇ ଦଳରେ ନୂତନ ଭାବେ ଯୋଗ ଦେଇଥିବା କର୍ମୀଙ୍କୁ ଭରସା କରାଯାଇଛି। ଏହା ତାଙ୍କୁ ଅତି ବ୍ୟଥିତ କରିଛି । ସେ କହିଛନ୍ତି ଯେ ସେ ଲୋକଙ୍କ ପାଇଁ କାମ କରିବାକୁ ଏବଂ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ରାଜନୀତିରେ ପାଦ ଦେଇଥିଲେ। ଟଙ୍କା ଲୋଭରେ ରାଜନୀତିକୁ ଆସି ନଥିଲେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe