ବରଗଡ଼ରେ ଭାରତ ଯୋଡ଼ୋ ପଦଯାତ୍ରା

Advertisment
ବରଗଡ଼ରେ ଭାରତ ଯୋଡ଼ୋ ପଦଯାତ୍ରା

ଅତାବିରା/ବରଗଡ଼/ବରପାଲି: ବରଗଡ଼ ଜିଲ୍ଲା ଅତାବିରାରୁ ଶନିବାର ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରା ରବିବାର ବରପାଲିରେ ଶେଷ ହୋଇଛି। ଅତାବିରା ଆନନ୍ଦ କଲ୍ୟାଣମଣ୍ଡପ ନିକଟସ୍ଥ ଅସ୍ଥାୟୀ କେମ୍ପରୁ ପଦଯାତ୍ରା ବାହାରି ରେଂଗାଲିକେମ୍ପକୁ ପହଂଚିଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ କର୍ମୀ ପଦଯାତ୍ରାରେ ସାମିଲ ହୋଇଥିଲେ। ବାଟରେ ବିଭିନ୍ନ ସ୍ଥାନରେ ଏହାକୁ ସ୍ବାଗତ କରିଥିଲେ। ପଦଯାତ୍ରା ସମୟରେ  ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଅଧ୍ୟକ୍ଷ ପିସିସି ଅନୁସୂଚିତ ଜାତି ମୁଖ୍ୟ ବାଙ୍କନିଧି ବେହେରା, ପ୍ରଦୀପ ଦେବତା, ଯୁଗଳ ସିଂ, ସରୋଜ ଷଡ଼ଙ୍ଗୀ, ରବି ପଣ୍ଡା, ସୁଶିଲ ଭୋଇ, କେପି ଶ୍ରୀନିବାସ, ଉନ୍ନି ନାୟାର, ରାଜେଶ ଅଗ୍ରୱାଲ, ଭୂପେନ୍ଦ୍ର ପଟେଲ, ଜ୍ଞାନ ପଟ୍ଟନାୟକ,  ଓଡ଼ିଶା ସେବଦଳ ଇନ୍ ଚାର୍ଜ ପୂର୍ବ ବିଧାୟକ ଚେନ ସିଂ ସମେଲ, ନରୋତ୍ତମ ନାୟକ, ସଞ୍ଜୟ ତ୍ରିପାଠୀ, ମୂଜାଫର ହୁସେନ, ଦୀପକ ରାୟ, ଜିତୁ ଭୋଇ, ଅବିନାଶ ପଧାନ, ଅଭିଷେକ ନାୟକ, ବିକାଶ ବହିଦାର, କୈଳାଶ ସାହୁ, ସୁବାଷ ପ୍ରଧାନ, ପ୍ରଦୀପ ମହାପାତ୍ର, ଭୋକଲ ସେଠୀ ପ୍ରମୁଖ ସାମିଲ ଥିଲେ।

ବରଗଡ଼ ବିକାଶ ସ୍କୁଲ୍ ଛକ ପାଖରେ ପଦଯାତ୍ରା ପହଞ୍ଚିବା ପରେ ସେଠାରେ ବରଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିପନ ଦାଶଙ୍କ ନେତୃତ୍ବରେ ବହୁ କଂଗ୍ରେସ କର୍ମୀ ଓ ଜନସାଧାରଣ ସ୍ବାଗତ ଜଣାଇଥିଲେ। ହରଦୀପ ସିଂ, ସତ୍ୟନାରାୟଣ ଦେବତା,

ସରୋଜ ଷଡ଼ଙ୍ଗୀ,  ସୁବାଷ ପ୍ରଧାନ, ବ୍ରହ୍ମା ମହାକୁଡ଼, ଶୁଭେନ୍ଦୁ ସାହୁ, ପ୍ରଦୀପ ମହାପାତ୍ରଙ୍କ ସମେତ ବହୁ କର୍ମୀ ଓ ନେତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଅଟଳ ବିହାରୀ ବାଜପେୟୀ ଛକ,  ନଗେନପାଲି ଛକ, ପାଣିଛତ୍ର ଛକ, ଗୁରୁଦ୍ୱାରା ଛକ, ଘରୋଇ ବସ୍‌ଷ୍ଟାଣ୍ଡ ଛକ, କଚେରି ଛକ, ନାୟକପଡ଼ା ଛକ, ଆମ୍ବପାଲି ଛକଠାରେ  ପଦଯାତ୍ରାକୁ ସ୍ବାଗତ କରାଯାଇଥିଲା।

ବରପାଲି ଠାରେ ପଦଯାତ୍ରାକୁ ଯୁବନେତା ଆନନ୍ଦ ପଧାନ, ପାଣ୍ଡବ କର୍ଣ୍ଣ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଭିଷେକ ସେଟ୍, ସରୋଜ ଭୋଇ, ଘନଶ୍ୟାମ ପାତ୍ର,,ଫକିର ପ୍ରଧାନ, ସିଦ୍ଦିକି ହୁସେନ, ଶରତ ଶା, ବିଘ୍ନ ମେହେର ପ୍ରମୁଖ ସ୍ବାଗତ କରିଥିଲେ।   ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ନେତୃବୃନ୍ଦ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ମେହେର କବି ପଡ଼ା, କଇରାଟିକ୍ରାଠାରେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଙ୍ଗାଧର ମେହେରଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରାର ସମାପ୍ତି ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe