ବାଲେଶ୍ୱରରେ ଦୁଇଦିନିଆ ଭାରତ ବନ୍ଦ: ରାସ୍ତାରୋକ ଓ ଟ୍ରେନ ଅଟକାଇଲେ ଆନ୍ଦୋଳନକାରୀ

Advertisment
ବାଲେଶ୍ୱରରେ ଦୁଇଦିନିଆ ଭାରତ ବନ୍ଦ: ରାସ୍ତାରୋକ ଓ ଟ୍ରେନ ଅଟକାଇଲେ ଆନ୍ଦୋଳନକାରୀ

ବାଲେଶ୍ୱର: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଦୁଇଦିନିଆ ଭାରତ ବନ୍ଦର ଡାକରା ଦିଆଯାଇଛି। ଆଜି ସକାଳେ ବାଲେଶ୍ବର ରେଳଷ୍ଟସନରେ ଏଆଇୟୁଟିୟୁସି ପକ୍ଷରୁ ଦୀର୍ଘ ସମୟ ଧରି ବିଭିନ୍ନ ଟ୍ରେନକୁ ଅଟକାଇ ଥିଲେ।

publive-image

ବିଶେଷ କରି ଚେନାଇ - ହାଓ୍ଡାୱ ଏକ୍ସପ୍ରେସ, ଭଦ୍ରକ-ହାୱଡା ପାସେଞ୍ଜର ଟ୍ରେନ ଏବଂ ବାଙ୍ଗିରିପୋଷି - ଭୁବନେଶ୍ବର ଏକ୍ସପ୍ରେସ ଟ୍ରେନ୍ ବାଲେଶ୍ବର ରେଳଷ୍ଟେସନରେ ଅଟକିଥିବା ବେଳେ ବାଲେଶ୍ବର ଷ୍ଟେସନ ଛକ ନିକଟରେ ରାସ୍ତାରୋକ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ ଆନ୍ଦୋଳନକାରୀ।

ସୂଚନାଯୋଗ୍ୟ, ବ୍ୟାଙ୍କ ଘରୋଇକରଣ ଓ ଇପିଏଫ୍ ସୁଧହାର ହ୍ରାସ ନିଷ୍ପତ୍ତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ କଂଗ୍ରେସ ଓ ବାମ ଦଳ ପକ୍ଷରୁ ସମର୍ଥନ କରାଯାଉଛି। ୧୨ ଦଫା ଦାବି ନେଇ ଆଜିଠୁ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସଂଗଠନ ପକ୍ଷରୁ  ଦୁଇଦିନିଆ ଭାରତ ବନ୍ଦ  ଭାରତ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦରୁ ଭାରତୀୟ ପେଟ୍ରାଲ୍ ମହାସଂଘ ସାମିଲ୍ ହୋଇନାହିଁ। ଏହି କାରଣରୁ ବାଲେଶ୍ବରରେ ପେଟ୍ରାଲ୍ ପମ୍ପଗୁଡ଼ିକ ଖୋଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe