ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ୍ ମାଗିବ ଯୁବମୋର୍ଚ୍ଚା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ୍ ମାଗିବ ଯୁବମୋର୍ଚ୍ଚା

ଭୁବନେଶ୍ବର : ନବୀନ ପଟ୍ଟନାୟକଙ୍କ ୧୯ବର୍ଷର ଶାସନ ମଧ୍ୟରେ ରାଜ୍ୟର ଯୁବକଙ୍କୁ କାହିଁକି ରୋଜଗାର ମିଳିନି? ସରକାର ନିଯୁକ୍ତି ନେଇ ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହେଲାନି ସେନେଇ ଭାରତୀୟ ଜନତା ଯୁବମୋର୍ଚ୍ଚାର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ୍‌ ମାଗିବେ। ଆସନ୍ତା ଫେବ୍ରୁଆରି ୧୨ରୁ ୧୫ତାରିଖ ମଧ୍ୟରେ ରାଜ୍ୟର ୮୩୯୦ଟି ଡାକଘରୁ ସଚିବାଳୟ ଠିକଣାରେ ଚିଠି ଲେଖି ଜବାବ୍ ମଗାଯିବ ବୋଲି ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ବକୁ ନିର୍ବାହ ନକରି ସର୍ବଦା ‌ଯେପରି କେନ୍ଦ୍ରକୁ ଦୋଷ ଦେଇ ଚିଠି ଲେଖୁଛନ୍ତି ଏବେ ରାଜ୍ୟର ବେକାର ଯୁବକଯୁବତୀ ସେହିଭଳି ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ୍‌ ମାଗିବେ। ସେ କହିଛନ୍ତି ଯେ, ୨୦୦୮ ମସିହାରେ ହୋଇଥିବା ରାଜ୍ୟ ଇଣ୍ଡଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ସ୍ଥାନୀୟ ଶିଳ୍ପରେ ୯୦% କୁଶଳି, ୬୦% ଅର୍ଦ୍ଧକୁଶଳି, ୩୦% କୁଶଳି ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ। ହେଲେ ତାହା ହେଉନି। ଓଡ଼ିଶାର ଯୁବକଯୁବତୀଙ୍କୁ ନିଯୁକ୍ତି ନଦେଇ ନିଯୁକ୍ତି ମେଳା ନାଁରେ ୧୦୦ଟଙ୍କା‌ ଲେଖାଏଁ ଆଦାୟ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ତାହା କେବେ ଫେରସ୍ତ କରିବେ? ଏମ୍ପ୍ଲମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇଥିବା ୨୨ଲକ୍ଷରୁ ଉର୍ଦ୍ଧ୍ବ ବେକାରୀଙ୍କୁ କେବେ ନିଯୁକ୍ତି ମିଳିବ। ଯେଉଁ ପର୍ଯ୍ୟନ୍ତ ରାଜ୍ୟ ସରକାର ଯୁବକମାନଙ୍କୁ ନିଯୁକ୍ତି ଦେଇନାହାନ୍ତିି ସେ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe