ବିଭିନ୍ନ ଦାବୀ ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Advertisment
ବିଭିନ୍ନ ଦାବୀ ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭବାନୀପାଟଣା : କରୋନା ମହାମରୀ ଯୋଗୁଁ ପ୍ରାୟ ୬ ମାସ ହେଲା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ କାମଧନ୍ଦା ହରାଇ ଭୋକ ଉପାସରେ କାଳାତିପାତ କରୁଛନ୍ତି । ସରକାର କେବଳ ଥରେ ୧୫୦୦ ଟଙ୍କା ଦେଇ ତାଙ୍କର ଦାୟିତ୍ୱ ସାରି ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଟଙ୍କା ମଧ୍ୟ ଅନେକ ଶ୍ରମିକ ପାଇ ନାହାନ୍ତି । ସମସ୍ତ କଳକାରଖାନା ଓ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ଥିବାରୁ ପ୍ରତ୍ୟେକ ସେକ୍ଟରର ଶ୍ରମିକମାନେ କାମ ଧନ୍ଦା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାର ପୂର୍ବରୁ ଥିବା ଶ୍ରମ ଆଇନକୁ ବଦଳେଇ ମାରଣନୀତି ଅବଲମ୍ବନ କରୁଥିବା ବେଳେ କେବଳ ଧନୀ ଓ ପୁଞ୍ଜିପତି ମାନଙ୍କ ହାତବାରିସୀ ସାଜିଛନ୍ତି । ଏନେଇ ଆଜି ଭାରତୀୟ ମଜଦୂର ସଂଘ ସାରା ଦେଶରେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗତ ଜୁଲାଇ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାର ଜଗାଓ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରିପେକ୍ଷିରେ କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ ।

publive-image

ଏହି ଦାବୀରେ ରାଜ୍ୟରେ ସମସ୍ତ ପଞ୍ଜିକୃତ ଅଣସଂଗଠିତ ଶ୍ରମିକଙ୍କ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ । ପଞ୍ଜିକୃତ ନିମନ୍ତେ ଶ୍ରମ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ସମସ୍ତ ଦରଖାସ୍ତକୁ ବିଚାରକୁ ନେଇ ହିତାଧିକାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ରାଜ୍ୟରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ବ୍ୟତିରେକ ଅନ୍ୟ ସମସ୍ତ ଶ୍ରମିକ ମାନଙ୍କୁ ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ କରାଇ ସେମାନଙ୍କର ସାମାଜିକ ସୁରକ୍ଷା ଦୁରସ୍ତ କରିବା, ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ଦ୍ବାରା ଘୋଷିତ କରୋନା ମହାମରୀ ଆର୍ଥିକ ସହାୟତା ଯୋଗାଇ ଦେବା, ନିର୍ମାଣ ଶ୍ରମିକ ନୂତନ ପଞ୍ଜିକରଣ ଦରଖାସ୍ତ, ବିବାହ, ମୃତ୍ୟୁ, ସାଇକେଲ, ଯନ୍ତ୍ରପାତି, ଶିକ୍ଷା ଇତ୍ୟାଦି ସହାୟତା ନିମନ୍ତେ ପଡି ରହିଥିବା ଦରଖାସ୍ତ ଗୁଡିକୁ ବିଚାର କରି ପରିଚୟ ପତ୍ର ଓ ସହାୟତା ରାଶି ପ୍ରଦାନ କରିବା, ନିର୍ମାଣ ଶ୍ରମିକ ମାନଙ୍କ ନିମନ୍ତେ ମଞ୍ଜୁର ହୋଇଥିବା ନିର୍ମାଣ ଶ୍ରମିକ ପକ୍କାଗୃହ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବା, ରାଜ୍ୟରେ ଥିବା ସମସ୍ତ ଶ୍ରମିକଙ୍କୁ ପଞ୍ଜିକୃତ କରିବା ସହ ଦକ୍ଷତା ଭିତ୍ତିରେ କର୍ମନିଯୁକ୍ତି ଦେବା ସମେତ ୬ ଦଫା ଦାବିପତ୍ର ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ଏହି ପ୍ରତିନିଧି ଦଳରେ ଅଖିଳ ଭାରତୀୟ କନଷ୍ଟ୍ରକସନ ମଜଦୁର ମହାସଂଘର ସମ୍ପାଦକ ବିରଞ୍ଚି ନାରାୟଣ ପଣ୍ଡା, କଳାହାଣ୍ଡି ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ମୋହନ କର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଶ୍ୱରଞ୍ଜନ ସା, ନବୀନ ଛତ୍ରିଆ, ଭବାନୀ ଶଙ୍କର ଗଉଡ଼, ବଳରାମ କର, ଯଦୁମଣି ନାଏକ, ସବିତା ଦୁର୍ଗା, ରଞ୍ଜିତା ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe