ଭରତପୁର ଥାନା ମାମଲା: ଝାରପଡ଼ା ଜେଲ୍‌ରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌

Advertisment

ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଜି ଝାରପଡ଼ା ଜେଲ୍‌ରେ ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଭେଟିଛି। ଆହତ ଅବସ୍ଥାରେ ଜେଲ୍‌କୁ ଆସିଥିବା ପୀଡ଼ିତାଙ୍କର ସେହି ସମୟର ସ୍ବାସ୍ଥ୍ୟାବସ୍ଥା ବାବଦରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ପଚରାଉଚରା କରିଛି।

ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଜି ଝାରପଡ଼ା ଜେଲ୍‌ରେ ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଭେଟିଛି। ଆହତ ଅବସ୍ଥାରେ ଜେଲ୍‌କୁ ଆସିଥିବା ପୀଡ଼ିତାଙ୍କର ସେହି ସମୟର ସ୍ବାସ୍ଥ୍ୟାବସ୍ଥା ବାବଦରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ପଚରାଉଚରା କରିଛି।

ପୁଲିସ ହେପାଜତରୁ ବିଚାରାଧୀନ କଏଦୀ ଚମ୍ପଟ: ମଧ୍ୟାହ୍ନରେ ଫେରାର, ଅପରାହ୍ନରେ ଗିରଫ

ଭୁବନେଶ୍ବର: ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଜି ଝାରପଡ଼ା ଜେଲ୍‌ରେ ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଭେଟିଛି। ଆହତ ଅବସ୍ଥାରେ ଜେଲ୍‌କୁ ଆସିଥିବା ପୀଡ଼ିତାଙ୍କର ସେହି ସମୟର ସ୍ବାସ୍ଥ୍ୟାବସ୍ଥା ବାବଦରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ପଚରାଉଚରା କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍‌ସ ପଠାଗଲା। ଅଥଚ ପୂର୍ବରୁ କ’ଣ ପାଇଁ ତାଙ୍କୁ ଜେଲ୍‌ରେ ରଖି ଚିକିତ୍ସା କରାଯାଉଥିଲା ବୋଲି ଜାଣିବାକୁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଖୋଳତାଡ଼ କରିଛି। ଅନ୍ୟପଟେ ମିଛଧରା ପରୀକ୍ଷା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ଆସନ୍ତାକାଲି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ପରିବାର କ୍ରାଇମ୍‌ବ୍ରାଞ୍ଚ୍‌ର ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଥିବାରୁ ତଦନ୍ତର ଏହି ଦିଗଟି ନିଶ୍ଚିତ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ୧୫ ତାରିଖ ଦିନ ସକାଳେ ଭରତପୁର ଥାନା ପୁଲିସ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପୀଡ଼ିତାଙ୍କ ମେଡିକାଲ୍‌ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଥିଲା। କୋର୍ଟରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା। ୧୭ ତାରିଖ ପର୍ଯ୍ୟନ୍ତ ସେ ଝାରପଡ଼ା ଜେଲ୍‌ରେ ଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ୨ ଦିନ ରହି ସେ ଚିକିତ୍ସିତ ହୋଇଥିଲେ।

ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ପଚରାଉଚରା 
ମିଛଧରା ପରୀକ୍ଷା ପାଇଁ ଆଜି କୋର୍ଟରେ ଆବେଦନ
କ୍ୟାପ୍‌ଟେନ୍ ଓ ବାନ୍ଧବୀଙ୍କୁ ମିଳିଲା ପିଏସ୍‌ଓ

ଏହାପରେ ୧୯ ତାରିଖ ଦିନ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା ଏବଂ ସେ ହସ୍ପିଟାଲ୍‌ରୁ ମଧ୍ୟ ଘରକୁ ଫେରିଥିଲେ। ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ପୂର୍ବରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଡାକ୍ତରଙ୍କୁ ଭେଟି କୋର୍ଟ ଚାଲାଣ ପୂର୍ବରୁ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ପଚରାଉଚରା କରିସାରିଛି। ଆଜି ଟିମ୍‌ ଝାରପଡ଼ା ଜେଲ୍‌ର ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ପଚରାଉଚରା କରିଛି। ଜେଲ୍‌କୁ ଆସିବା ‌ବେଳେ ପୀଡ଼ିତାଙ୍କ ଅବସ୍ଥା କିଭଳି ଥିଲା? ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା କି ନାହିଁ? ତାଙ୍କୁ ସେତେବେଳେ କି ପ୍ରକାର ଚିକିତ୍ସା ଆବଶ୍ୟକ ଥିଲା ଏବଂ କି ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା? ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ଯଦି ଏମିତି ସ୍ଥିତି ଥିଲା, ପୂର୍ବରୁ କ’ଣ ପାଇଁ ତାଙ୍କୁ ଜେଲ୍‌ରେ ରଖି ଚିକିତ୍ସା କରାଯାଉଥିଲା? ଜେଲ୍‌ ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କଠାରୁ ଏଭଳି ପ୍ରଶ୍ନର ଉତ୍ତର ସଂଗ୍ରହ କରି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ରେକର୍ଡ କରିଛି। ସୂଚନାଯୋଗ୍ୟ ଯେ ପୀଡ଼ିତା ଥାନାକୁ ଅଭିଯୋଗ କରିବାକୁ ଆସି ଅଭିଯୁକ୍ତ ପାଲଟିଗଲେ ବୋଲି ସଂଗିନ୍‌ ଅଭିଯୋଗ ହୋଇଛି। ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବା ପରେ ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍‌ସ ନିଆଯାଇ ଚିକିତ୍ସା କରାଯାଇଛି।

ମାମଲାରୁ ଗୁରୁତ୍ବ ଉପଲବ୍‌ଧି କରି ସରକାର ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରାଇବା ସହ ପରେ ନ୍ୟାୟିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ କ୍ରାଇମ୍‌ବ୍ରାଞ୍ଚ୍‌ର ମେଡିକାଲ୍‌ ରିପୋର୍ଟ ସଂଗ୍ରହ ଓ ମେଡିକାଲ୍‌ ଟିମ୍‌ର ବୟାନ ରେକର୍ଡ ଏହି ମାମଲାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ବିବେଚିତ ହେଉଛି। କ୍ୟାପ୍‌ଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ କମିସନରେଟ୍‌ ପୁଲିସ୍ ପକ୍ଷରୁ ପୃଥକ ପୃଥକ ପିଏସ୍‌ଓ ପ୍ରଦାନ କରାଯାଇଛି। ସେମାନେ ଉଭୟଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇବେ। ସୁରକ୍ଷା ପାଇଁ କ୍ୟାପ୍‌ଟେନଙ୍କ ବାନ୍ଧବୀଙ୍କ ବାପା ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe