ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି

Advertisment
ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି

ରାୟଗଡା: ଭାରତ ସ୍ଵାଧୀନତା ଆନ୍ଦୋଳନର ପ୍ରବୀଣ କାଣ୍ଡାରି, ଶୈକ୍ଷିକ ଜଗତର ଉଜ୍ଜଳ ଜ୍ୟୋତିଷ୍କ, ଜନସେବାର ମୁକ୍ତିମନ୍ତ ପ୍ରତୀକ ଏବଂ ଓଡ଼ିଆ ସାମ୍ବାଦିକତାର ପ୍ରତୀକ ତଥା ଦିଗଦର୍ଶକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଭାରତରତ୍ନ ଦିଆଯିବ ନେଇ ନ୍ୟାସନାଲ ହ୍ୟୁମାନ ୱେଲଫେୟର ବୋର୍ଡ ଟ୍ରଷ୍ଟ ତରଫରୁ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ସଂସ୍ଥାର ଅଧ୍ୟକ୍ଷ ଶାରଦା ପ୍ରାସାଦ ମହାପାତ୍ରଙ୍କ ପ୍ରତିନିଧିତ୍ୱରେ ସମାଜସେବୀ ସଞ୍ଜୟ କୁମାର ପରିଡ଼ା, ମାନି ପଣ୍ଡା, ଗୁରୁ ପ୍ରସାଦ ମହାନ୍ତି, ସାମ୍ୱାଦିକ ବିଜୟ ଦାଶ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ "ଭାରତରତ୍ନ" ବର୍ତ୍ତମାନ୍ ସୁଦ୍ଧା ୪୮ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯାଇଥିବା ବେଳେ ତନ୍ମଧ୍ୟରୁ ୧୪ ଜଣଙ୍କୁ ମରଣତ୍ତୋର ଭାରତ ରତ୍ନ ସମ୍ମାନ ମିଳିଛି। ଓଡ଼ିଶାର କୌଣସି ବରପୁତ୍ର ଏହି ସମ୍ମାନ ନପାଇବା ଓଡ଼ିଶା ପାଇଁ ଅତ୍ୟନ୍ତ ଦୁଃଖର ବିଷୟ। ଗୋପବନ୍ଧୁଙ୍କ ଜୀବନବ୍ୟାପି ସାଧନ ତଥା ଅବଦାନକୁ ବର୍ଣ୍ଣନା କରି ଏକ ସ୍ମାରକ ପତ୍ର ପ୍ରସ୍ତୁତ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେ ଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe