ପିପିଲି: ହୀରାକୁଦ ପାଣି ଛାଡ଼ିବା ଫଳରେ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ପୁବାଶାସନ ପଞ୍ଚାୟତ ଉତ୍ତରା ଶବର ସାହିରେ ଭାର୍ଗବୀ ନଦୀର ବନ୍ୟାଜଳ ଆଜି ପ୍ରବେଶ କରିଛି। ଭାର୍ଗବୀ ଅବବାହିକାରେ ଦୀର୍ଘ ୩୫ବର୍ଷ ଧରି ଏମାନେ ବସବାସ କରୁଛନ୍ତି। ଏଠାରେ ରହୁଥିବା ୧୪ଟି ଶବର ପରିବାରର ଘର ବନ୍ୟାଜଳରେ ବୁଡ଼ିଥିବା ଜଣାପଡ଼ୁଛି। ପ୍ରାୟ ୨ଶହ ଲୋକେ ଏଠାରେ ବସବାସ କରୁଛନ୍ତି। ଏମାନେ ସମସ୍ତେ ଦିନମଜୁରିଆ। ସେମାନେ ପାଳିଥିବା ଛେଳି, କୁକୁଡ଼ା, ଗାଈଗୋରୁ ଓ ଘରର ଆସବାବପତ୍ର ନଦୀ ବନ୍ଧ ଉପରକୁ ବୋହି ଆଣିଛନ୍ତି। ବର୍ତ୍ତମାନ ଭାର୍ଗବୀ ବନ୍ଧଉପରେ ଏମାନେ ଦୟନୀୟ ଅବସ୍ଥାରେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚିଥିବା ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us