କଟକ : ବିଜେପି ସରକାରକୁ ଆସିଲେ ଟଙ୍କାକରେ ମିଳିବ ୫କିଲୋ ଚାଉଳ, ୫୦୦ ଗ୍ରାମ ଲୁଣ, ୫୦୦ ଗ୍ରାମ ଡାଲି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଲୋଭନୀୟ ଯୋଜନାର ଗୋଟିଏ ଦିନ ପରେ ଏହାକୁ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ‘ଆକାଶ କଇଁଆ ଚିଲିକା ମାଛ’ ବୋଲି ବର୍ଣ୍ଣନା କରିଛନ୍ତି। ପୂର୍ବରୁ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ହେଲେ ଏପର୍ଯ୍ୟନ୍ତ ତାହାର କୌଣସି ଫଳ ମିଳିନି। ସେମାନେ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା ପୂରଣ କରନ୍ତିନି। ବିଜେପିର ପ୍ରତିଶ୍ରୁତିଗୁଡ଼ିକ ବିଶ୍ବାସଯୋଗ୍ୟ ନୁହେଁ। ଓଡ଼ିଶାବାସୀ ଏକଥା ଭଲ ଭାବେ ଜାଣିଛନ୍ତି ବୋଲି ଶ୍ରୀ ମହତାବ କହିଛନ୍ତି।
‘ଆକାଶ କଇଁଆ ଚିଲିକା ମାଛ’ ଭଳି ବିଜେପି ପ୍ରତିଶ୍ରୁତି: ଭର୍ତ୍ତୃହରି
Advertisment
Follow Us