Indian Express
ଭୁବନେଶ୍ବର : ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ। ଚଳିତ ବର୍ଷ ଏହି ଗସ୍ତର ଶହେ ବର୍ଷ ପୂର୍ତ୍ତି ହେଉଛି। ଏହି ଶତବାର୍ଷିକୀ ପାଳନରେ କେନ୍ଦ୍ର ସରକାର ସାମିଲ ହେବାକୁ ସାଂସଦ ଭର୍ତ୍ତୃହରି ମହତାବ ପ୍ରସ୍ତାବ ଦେଇଛନ୍ତି। ଆଜି ସଂସଦରେ ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ମହତାବ କହିଥିଲେ ଯେ ମହାତ୍ମା ଗାନ୍ଧୀ ତାଙ୍କ ଗସ୍ତ ସମୟରେ ଏକ ସପ୍ତାହ ଓଡ଼ିଶାରେ ରହି ବିଭିନ୍ନ ସ୍ଥାନକୁ ଯାଇ ସମାବେଶରେ ଉଦ୍ବୋଧନ ଦେଇଥିଲେ। ଏହି ଗସ୍ତ ବହୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥିଲା। ତେଣୁ ସରକାର ଗାନ୍ଧୀଙ୍କ ଗସ୍ତର ଶହେ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେବା ସହ ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରନ୍ତୁ। ଏହି ଅବସରରେ ଲେଜର୍ ସୋ’ ଆୟୋଜନ କରାଯିବା ସହ ଡାକ ଟିକେଟ୍ ଉନ୍ମୋଚନ କରିବା ଏବଂ ସେ ଯାଇଥିବା ଅଞ୍ଚଳର ରେଳଷ୍ଟେସନ୍ରେ ଗାନ୍ଧୀଜୀଙ୍କ ଫଟୋ ପ୍ରଦର୍ଶନ କରିବାକୁ ଶ୍ରୀ ମହତାବ କହିଛନ୍ତି।
Follow Us