ଭାଷା ଆୟୋଗ ଗଠନ ଦାବି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଇନ୍‌ ଅମାନ୍ୟ ଆନ୍ଦୋଳନ

Advertisment

ଶତାଧିକ କର୍ମୀ ଗିରଫ

ଶତାଧିକ କର୍ମୀ ଗିରଫ

ଭାଷା ଆୟୋଗ ଗଠନ ଦାବି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଇନ୍‌ ଅମାନ୍ୟ ଆନ୍ଦୋଳନ

ବାଲେଶ୍ୱର : ଓଡ଼ିଆ ଭାଷା ଆୟୋଗ ଗଠନ ଓ ଆଇନ ଅମାନ୍ୟକାରୀଙ୍କୁ ଦଣ୍ଡବିଧାନ ପାଇଁ ଦାବି ଜୋର୍‌ ଧରିଛି। ଏନେଇ ବାଲେଶ୍ୱର ଜିଲ୍ଲା ଭାଷା ସୁରକ୍ଷା ସମ୍ମିଳନୀ ଆହ୍ଵାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନଅମାନ୍ୟ ଆନ୍ଦୋଳନ ହୋଇଥିଲା। ଏଥିରେ ପ୍ରାୟ ୨୫୦ ଜଣ କର୍ମୀ ଗିରଫ ହୋଇଥିଲେ। ଆଜି ସକାଳେ ସ୍ଥାନୀୟ ଫକୀରମୋହନ ଗୋଲେଇ ସ୍ଥିତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଆନ୍ଦୋଳନକାରୀମାନେ ମାଲ୍ୟାର୍ପଣ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଓଡ଼ିଆ ଭାଷାରେ ଶାସନ, କୋର୍ଟ-କଚେରୀ, ସରକାରୀ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ପ୍ରଚଳନ ଭାଷାସମ୍ରାଟ ଫକୀରମୋହନ ଅମର ରହେ ଆଦି ପ୍ରଭୃତି ନାରା ଦେଇ ଶୋଭାଯାତ୍ରାକାରୀମାନେ ସହର ପରିକ୍ରମା କରିଥିଲେ।

ଜିଲ୍ଲା ଉପସଭାନେତ୍ରୀ ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସ୍ଥଳରେ ରାଜ୍ୟ ସଂପାଦକ ଲକ୍ଷ୍ମୀଧର ବେହେରା, ଜିଲ୍ଲା ସଂପାଦିକା ଅର୍ଚ୍ଚନା ନନ୍ଦୀ, ରାଜ୍ୟ କମିଟି ସଦସ୍ୟ ଡ. ହରିଶ୍ଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ଦାଶ, ଗୌରାଙ୍ଗ ପାଣିଗ୍ରାହୀ, ଅନନ୍ତ ପ୍ରଧାନ, ପ୍ରଭାକର ସାହୁ, ଡ. କୁଞ୍ଜବିହାରୀ ଧଳ, କବି ବାଞ୍ଛାନିଧି ଦାସ, ସାହିରୁଲ୍‌ ହକ୍‌, ଭାଗବତ ପ୍ରତିହାରୀ, ପ୍ରଦୀପ ସେନ୍‌ ଓ ପଦ୍ମଲୋଚନ ଲେଙ୍କା ପ୍ରମୁଖ ଆନ୍ଦୋଳନକାରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଯଦି ରାଜ୍ୟ ସରକାର ଭାଷା ସୁରକ୍ଷା ସମ୍ମିଳନୀର ଦାବିକୁ ଗ୍ରହଣ ନ କରନ୍ତି, ତେବେ ରାଜ୍ୟ କମିଟିର ନିଷ୍ପତ୍ତିକ୍ରମେ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବ। ସରକାର ଆନ୍ଦୋଳନକାରୀଙ୍କୁ ଗିରଫ କରି ରାଜ୍ୟବାସୀଙ୍କ କଣ୍ଠରୋଧ କରିପାରିବେ ନାହିଁ ବୋଲି ବକ୍ତାମାନେ କହିଥିଲେ।

ଶୋଭାଯାତ୍ରା, ବିକ୍ଷୋଭ ଓ ଆଇନ୍‌ ଅମାନ୍ୟ ଆନ୍ଦୋଳନରେ ଅରୁଣ ଜେନା, କମଳଲୋଚନ ବାରିକ, ଜ୍ୟୋତ୍ସ୍ନା ମହାନ୍ତି, ବାସନ୍ତୀ ନାୟକ, ଅପର୍ଣ୍ଣା କର, ଲୋଚନ ବେହେରା, ଡ. ଭାଗବତ ପାଣିଗ୍ରାହୀ, ଅଧ୍ୟାପକ ବିନୋଦ ନାୟକ, ମହେନ୍ଦ୍ର ପ୍ରସାଦ ଧଳ, ବିଜୟ ନନ୍ଦ, ହରି ନାରାୟଣ ଜେନା, ସୁକାନ୍ତି ଭକ୍ତା, ମିତାଞ୍ଜଳି ଦାସ, ଚିତ୍ତରଂଜନ ସାହୁ, ରମେଶ ଚନ୍ଦ୍ର ଜେନା, ନିରଂଜନ ରାଉତ, ପ୍ରସନ୍ନ ପାଢ଼ୀ, ବନ୍ଦନା ବିଶ୍ୱାସ, ଲକ୍ଷ୍ମୀ ଦାସ, ସୁମତୀ ବେହେରା, ଲକ୍ଷ୍ମୀ ମୁର୍ମୁ, ଦେବକୀ ରାମ, ପ୍ରଭା ଚୌଧୁରୀ, ଅନ୍ନପୂର୍ଣ୍ଣା ପଣ୍ଡା, କ୍ରିଷ୍ଣା ସାହା, ସ୍ନେହଲତା ପତି, ପଦ୍ମିନୀ ଦାସ, ତୁଷାରକାନ୍ତ ତପସ୍ୱୀ, କରୁଣାକର ବିନ୍ଧାଣୀ, ଗଙ୍ଗାଧର ଦାସ, ଚକ୍ରଧର ଦାସ, କମଳାକାନ୍ତ ନାୟକ, ଯୋଗେଶ ଚନ୍ଦ୍ର ପ୍ରଧାନ, ଅଜିତ୍‌ ବରାଳ, ଡ. ସନାତନ ଦାସ, ମାୟାଧର ପ୍ରଧାନ, ଶଙ୍କର୍ଷଣ ଶିଅଳ ଓ ଯତୀନ୍‌ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ। ଏହି ଆନ୍ଦୋଳନରେ ବିିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସମେତ ଓ ସାମାଜିକ, ସାଂସ୍କୃତିକ, ମହିଳା, ଶ୍ରମିକ, ବୁଦ୍ଧିଜୀବୀ ଓ ଗଣସଂଗଠନରୁ ବହୁ ସଦସ୍ୟ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe