ମହିଳାଙ୍କ ସମ୍ପର୍କରେ ଭାସ୍କରଙ୍କ ବିବାଦୀୟ ମନ୍ତବ୍ୟ

Advertisment
ମହିଳାଙ୍କ ସମ୍ପର୍କରେ ଭାସ୍କରଙ୍କ ବିବାଦୀୟ ମନ୍ତବ୍ୟ

Twitter

ଭୁବନେଶ୍ବର : ଉଦଳାର ବିଜେପି ବିଧାୟକ ଭାସ୍କର ମଢ଼େଇ ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। ବୁଧବାର ଦିନ ବିଧାନସଭାରେ ଆଇନଶୃଙ୍ଖଳା ଉପରେ ମୁଲତବୀ ଆଲୋଚନା ଚାଲିଥିଲା ଶ୍ରୀ ମଢ଼େଇ ସେଥିରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିବା ମହିଳାଙ୍କ ସମ୍ପର୍କରେ କିଛି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ସଙ୍ଗେ ସଙ୍ଗେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହାର ପ୍ରତିବାଦ କରିଥିଲେ। ବିଧାୟକଙ୍କ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ଦାବି କରିଥିଲେ। ବାଚସ୍ପତି ମଧ୍ୟ ବିଧାୟକଙ୍କ ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦେଇଥିଲେ।

ଗୃହ ବାହାରେ ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ବିଧାୟକ ଶ୍ରୀ ମଢ଼େଇଙ୍କୁ ପଚାରିଥିଲେ। ସେ କହିଥିଲେ, ରାଜ୍ୟ ସରକାର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରୁଥିବା ଦାବି କରୁଚନ୍ତି। ଏହା ସତ୍ତ୍ବେ ମହିଳାମାନେ ଆଜି ଯାଏ ରୋଜଗାରକ୍ଷମ ହୋଇପାରି ନାହାନ୍ତି। ମହିଳାମାନଙ୍କର ମୋବାଇଲ୍, ଡ୍ରେସ୍‌ର ଆବଶ୍ୟକତା ଅଛି। ଭଲ ଖାଇବାର ଆବଶ୍ୟକତା ଅଛି। ତେଣୁ ସେମାନେ ରାସ୍ତାରେ ନ ଯାଇ ଅନ୍ୟ ଦିଗରେ ଯାଉଛନ୍ତି। ମହିଳା ଓ ଯୁବତୀମାନେ ପଥହରା ହୋଇପଡ଼ିଛନ୍ତି। ସେମାନଙ୍କ ଜୀବନ ନଷ୍ଟ ହେଲାଣି।
ଗଣମାଧ୍ୟମକୁ ଶାସକ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ କହିଛନ୍ତି, ବିଧାୟକଙ୍କ ମନ୍ତବ୍ୟ ମହିଳାଙ୍କ ପ୍ରତି ଅପମାନ। ଏସ୍ଏଚ୍‌ଜିରେ ୭୦ ଲକ୍ଷ ମହିଳା ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। କିନ୍ତୁ ବିଧାୟକ ଏପରି ହୀନ ମନ୍ତବ୍ୟ ଦେଉଛନ୍ତି। ବିଜେପି ଓ ନିଜେ ବିଧାୟକ ସର୍ବସାଧାରଣରେ କ୍ଷମା ମାଗିବାକୁ ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe