ଭବାନୀପାଟଣା ବିଇଓ ଅଫିସ୍‌ କେଳେଙ୍କାରୀ ଘଟଣା: ଆକାଉଣ୍ଟାଣ୍ଟଙ୍କ ଭିଣୋଇ ସମେତ ୩ ଗିରଫ

Advertisment

ଜମିପଟ୍ଟା ଯାଞ୍ଚ ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ଭିଜିଲାନ୍ସର ଚିଠି

ଜମିପଟ୍ଟା ଯାଞ୍ଚ ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ଭିଜିଲାନ୍ସର ଚିଠି

ଭବାନୀପାଟଣା ବିଇଓ ଅଫିସ୍‌ କେଳେଙ୍କାରୀ ଘଟଣା: ଆକାଉଣ୍ଟାଣ୍ଟଙ୍କ ଭିଣୋଇ ସମେତ ୩ ଗିରଫ

google.com

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍‌ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କ କେଳେଙ୍କାରୀ ଘଟଣାରେ ଟାଉନ ଥାନା ପୁଲିସ୍‌ ତନାଘନା ଆରମ୍ଭ କରିଛି। ଏହି ଘଟଣାରେ ଖୋଳତାଡ଼ ପାଇଁ ପୁଲିସ ୩ ଜଣଙ୍କୁ ଅଟକ ରଖି ଜେରା କରିବାପରେ ବୁଧବାର ଦିନ ସନ୍ଧ୍ୟାରେ ସେମାନଙ୍କୁ କୋର୍ଟଚାଲାଣ କରିଛି। ସେହିଭଳି ଭିଜିଲାନ୍ସ ପକ୍ଷରୁ ଜମିପଟ୍ଟା ଯାଞ୍ଚ ନିମନ୍ତେ ରାଜସ୍ବ ନିରୀକ୍ଷକଙ୍କୁ ଚିଠି ଲେଖାଯାଇଛି। ଶୁଚିସ୍ମିତାଙ୍କ ଇରିଗେସନ କଲୋନିର ଏକ ଘର ପୂର୍ବରୁ ଭିଜିଲାନ୍ସ ସିଲ୍‌ କରିଥିବାବେଳେ ବର୍ତ୍ତମାନ ଅନ୍ୟ ଏକ ଘରକୁ ମଧ୍ୟ ସିଲ୍‌ କରିଥିବା ସୂଚନା ମିଳିଛି।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଇଓ ଅଫିସ୍‌ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣାରେ ଉଭୟ ଟାଉନ୍‌ ଥାନା ପୁଲିସ ଓ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଟାଉନ୍‌ ଥାନା ପୁଲିସ ମଙ୍ଗଳବାର ରାତିରେ ୩ଜଣଙ୍କୁ ଆଣି ଥାନାରେ ଜେରା କରିଥିଲା। ଶୁଚିସ୍ମିତା ଅର୍ଥ ହେରଫେରରେ ଏହି ୩ ଜଣ ସମ୍ପୃକ୍ତି ଥିବା ସନ୍ଦେହ କରି ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିଲା। ଶୁଚିସ୍ମିତା‌ର ମୋବାଇଲକୁ ଟ୍ରାକିଂ କରି ପୁଲିସ ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ବରଗଡ଼ ଅମ୍ବାପାଲିର ୧୭ ନଂ. ୱାର୍ଡର ଗଙ୍ଗାଧର ପୁଝାରୀ (୪୬), ବରଗଡ଼ ୱାର୍ଡ ନଂ.୧୩ ମହାନ୍ତିପଡ଼ାର ଗୋପାଳକୃଷ୍ଣ ଦାସ (୪୯) ଓ ଶିକ୍ଷକ ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାର ପୂର୍ଣ୍ଣଶଶି ମହାନ୍ତି (୩୯)ଙ୍କୁ ପୁଲିସ ଗିରଫ ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରିଛି। ଟାଉନ୍‌ ଥାନା ପୁଲିସ୍‌ ଇନ୍ସପେକ୍ଟର ରନିତା ପ୍ରଧାନ ଏହି ଘଟଣା‌ ନେଇ ଅଧିକ ଖୋଳତାଡ଼ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ଶୁଚିସ୍ମିତାର ଭିଣୋଇ ଗଙ୍ଗାଧର ପୁଝାରୀ ଏହି ଘଟଣାରେ ସମ୍ପୃକ୍ତି ଥିବାବେଳେ ଗୋପାଳକୃଷ୍ଣ ଦାସ ଭବାନୀପାଟଣା ସମ୍ବଲପୁରୀ ବସ୍ତ୍ରାଳୟ ବୟନିକାରେ କାର୍ଯ୍ୟ କରୁଥିଲେ। ସେହିଭଳି ପୂର୍ଣ୍ଣଶଶି ମହାନ୍ତି ଶିକ୍ଷକ ଭାବରେ ଚାକିରି କରୁଥିଲେ। ଏହି ୩ ଜଣ ଶୁଚିସ୍ମିତାଙ୍କ ଟଙ୍କା ହଡ଼ପ୍‌ ଘଟଣାରେ ସମ୍ପୃକ୍ତି ଥିବା ନେଇ ପୁଲିସ ସୁରାକ୍‌ ପାଇଥିଲା।

ଅନ୍ୟପକ୍ଷରେ, ଭିଜିଲାନ୍ସ ବିଭାଗ ଏକ୍ସିସ ବ୍ୟାଙ୍କର ଭୁବନେଶ୍ବର କାର୍ଯ୍ୟାଳୟ ସହ ଯୋଗାଯୋଗ କରି ବ୍ୟାଙ୍କର ବିଭିନ୍ନ ତଥ୍ୟ ମାଗିଥିବା ଜଣାପଡ଼ିଛି। ସେହିଭଳି, ରେଜିଷ୍ଟ୍ରେସନ ଅଫିସରେ ଶୁଚିସ୍ମିତାର ବିଭିନ୍ନ ଜମିର ରେଜିଷ୍ଟ୍ରେସନ ବାବଦକୁ ତଥ୍ୟ ମଗା ଯାଇଛି। ଗୋଟିଏ ପ୍ଲଟ୍‌ର ତଥ୍ୟ ଭିଜିଲାନ୍ସର ହସ୍ତଗତ ହୋଇଥିବାବେଳେ ଅନ୍ୟ ତଥ୍ୟ ପାଇଁ ଉଦ୍ୟମ ଜାରି ରହିଛି। ସେହିପରି, ହିଲ ଟାଉନରେ ଥିବା ପ୍ଲଟ୍‌ ନମ୍ବର ଉପରେ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ଫେରାର ଥିବା ଶୁଚିସ୍ମିତାକୁ ଠାବ କରିବାପାଇଁ ଟାଉନ୍‌ ଥାନା ପୁଲିସ୍‌ ଜୋର୍‌ଦାର୍ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe