ଭବାନୀପାଟଣା ସହର ଓ ନୀଳଗିରି ଏନଏସି ସଟ୍‌ଡାଉନ

Advertisment
ଭବାନୀପାଟଣା ସହର ଓ ନୀଳଗିରି ଏନଏସି ସଟ୍‌ଡାଉନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ ଆଜିଠୁ ଭବାନୀପାଟଣା ସହର ସଟ୍‌ଡାଉନ ହୋଇଛି। ଆଜି ଓ କାଲି (୭ ଓ ୮ ତାରିଖ) ୨ ଦିନ ପାଇଁ ସଟ୍‌ଡାଉନ କରାଯିବା ନେଇ କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ଘୋଷଣା କରିଛନ୍ତି।

ଏହି ସଟଡାଉନ୍ ସମୟରେ ଭବାନୀପାଟଣା ସହରରେ ଗାଡ଼ି ଚଳାଚଳ ଓ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଲୋକଙ୍କ ଘର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭବାନୀପାଟଣା ସହରର ସମସ୍ତ ୨୦ ଟି ୱାର୍ଡ ରେ ସର୍ଭେ ପାଇଁ ଅଧିକାରୀ ନିଯୁକ୍ତି , ଗାଡି ଓ ମାଇକ ଘୋଷଣା ଓ ଅଧିକାରୀଙ୍କ ତାଲିମ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୫ରେ ପହଞ୍ଚିଛି । ସେଥିମଧ୍ୟରୁ ୨୬୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧୭୬ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ହୋଇଛି।

ଅପରପକ୍ଷରେ ବାଲେଶ୍ବର ଜିଲ୍ଲାର ନୀଳଗିରି ବିଜ୍ଞପିତ ପରିଷଦ (ଏନ୍ ଏସି)କୁ ବି ଗତକାଲି ମଧ୍ୟରାତ୍ରିରୁ ମଙ୍ଗଳବାର ସକାଳ ୫ଟା ଯାଏଁ ସଟ୍‌ଡାଉନ କରାଯିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ସକାଳ ୬ଟାରୁ ୧୨ଟା ଯାଏଁ ତେଜରାତି ଓ ପରିବା ଦୋକାନ ଖୋଲା ରହିବ। ବ୍ୟାଙ୍କ ସକାଳ ୮ଟାରୁ ୧୨ଟା ଯାଏଁ ଖୋଲା ରହିବ। କ୍ଷୀର ଦୋକାନ ଓ ଔଷଧ ଦୋକାନ ଆଦି ୨୪ ଘଣ୍ଟା ଖୋଲା ରହିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe