ଭଦ୍ରକ: ୫ଜଣ ସ୍କୁଲ ପିଲାଙ୍କୁ ଦଳି ଦେଇଥିବା ଟ୍ରକ୍‌ ଚାଳକ ଗିରଫ

ଭଦ୍ରକ: ୫ଜଣ ସ୍କୁଲ ପିଲାଙ୍କୁ ଦଳି ଦେଇଥିବା ଟ୍ରକ୍‌ ଚାଳକ ଗିରଫ

ଭଦ୍ରକ: ଜୁଲାଇ ୧୯ ତାରିଖ ଅପରାହ୍ନରେ ରାଣୀତାଲ ହାଇ ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀ ଘରକୁ ଫେରୁଥିଲେ। ଏହି ସମୟରେ ରାହାଞ୍ଜ ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ୧୦ ଚକିଆ ଟ୍ରକ ରାସ୍ତା ପାର ହେଉଥିବା ପିଲାମାନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଓ ୫ ଜଣ ଗୁରୁତର ହୋଇଥିଲେ। ତେଣେ ଦୁର୍ଘଟଣା ଘଟାଇଥିବା ଟ୍ରକର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଆନ୍ଧ୍ରାପ୍ରଦେଶରୁ ଅଭିଯୁକ୍ତ ଚାଳକକୁ ଗିରଫ କରିଛି। ଅଭିଯୁକ୍ତ ଟ୍ରକ୍‌ ଚାଳକ ନାମ ଦେବଲମ୍‌ ଭେଙ୍କଟାଦ୍ରି ଏବଂ ଘର ଆନ୍ଧ୍ରାପ୍ରଦେଶର ଛୋଟରା ଜିଲ୍ଲାର ବାଙ୍ଗରପଳମ୍‌ରେ ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ଦେବଲମ୍‌ ଭେଙ୍କଟାଦ୍ରି ନାମରେ ଦୁର୍ଯ୍ୟୋଧନ ଜେନା ମାମଲା ରୁଜୁ କରିଥିଲେ। ମାମଲା ନମ୍ବର ୩୫୧/୧୯.୭.୨୦୧୮ ରହିଛି।

publive-image

ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତେଜିତ ଲୋକେ ଜାତୀୟ ରାଜପଥରେ ଯାନବାହନ ଚଳାଚଳକୁ ବନ୍ଦ କରି ଦେଇଥିଲେ। ଏହାପରେ ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ଆଲୋଚନା କରିବା ପରେ ଗତ ଗୁରୁବାର ରାତି ୯ଟା ୪୫ରେ ରାସ୍ତା ଅବରୋଧ ହଟିଥିଲା। ମୁଖ୍ୟମନ୍ତ୍ରୀ ମୃତକ ହେଲେ ସତ୍ୟବ୍ରତ ବାରିକ, କଳ୍ପନା ଜେନା, କେତା ସାହୁ, ସୁକାନ୍ତ ସାହୁ ଓ ପ୍ରିୟମ୍ବଦା ମହାନ୍ତିଙ୍କ ପରିବାର ପ୍ରତି ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏହାକୁ ୪ ଲକ୍ଷ ଟଙ୍କା କରି ଦିଆଯାଇଥିଲା।

publive-image

ସେହିଭଳି ଭଦ୍ରକ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି। ଆହତ ଛାତ୍ରଛାତୀଙ୍କ ପରିବାର ଲୋକେ ୫ ହଜାର ଟଙ୍କା ଲେଖାଏଁ ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ସହାୟତା ଦିଆଯାଇଛି। ସେହିପରି ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe