ବିନିକାରେ ଭୀମ ଭୋଇ ଜୟନ୍ତୀ

ବିନିକାରେ ଭୀମ ଭୋଇ ଜୟନ୍ତୀ

ବିନିକା: ବିନିକା ଟାଉନ୍‌ ହଲ୍‌ରେ ସୋମବାର ଭୀମ ଭୋଇ ଟ୍ରଷ୍ଟ ପକ୍ଷରୁ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ରାମଗୋପାଳ ବାଘଙ୍କ ତତ୍ତ୍ବାବଧାନ ତଥା ବିନିକା ଏନ୍‌ଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସୋନପୁର ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ ମୁଖ୍ୟ ଅତିଥି, ବଲାଙ୍ଗୀର ଜିଲ୍ଲା ବଡ଼ମାଳର ବରନି ସାହିତ୍ୟ ସଂସଦ ସଂପାଦକ ରାଜମଣି ସାହୁ ମୁଖ୍ୟବକ୍ତା ତଥା ବିନିକା ଏନଏସି ଉପାଧକ୍ଷ‌ା ତପସ୍ବିନୀ ମେହେର, ଅଧ୍ୟାପିକା ମୀନା ମାହାଣା, ମୋହନ ମହାନନ୍ଦ, ପ୍ରକାଶ ଅଗ୍ରୱାଲ, ଜୟନ୍ତୀ ସଭାପତି ସୁନ୍ଦରମଣି ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭୀମ ଭୋଇଙ୍କ ଜୀବନୀ ଓ ଅବଦାନ ସଂପର୍କରେ ଆଲୋଚନା କରିଥିଲେ।

ବିନିକା ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକ ନୀଳାଚଳ ମେହେର, ଜୟନ୍ତୀ ସମ୍ପାଦକ କ୍ଷୀରସାଗର ବିଭାର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଭୀମ ଭୋଇଙ୍କ ଭକ୍ତ ତଥା ସାଧୁ ସନ୍ଥମାନେ ହୋମ ଯଜ୍ଞ କରିଥିଲେ। ପଞ୍ଚାନନ ଜଗଦଲା ଓ ସାଥୀ ଭୀମ ଭୋଇଙ୍କ ଭଜନ ଗାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଜୟ ବଢ଼େଇ, ପୂର୍ଣ୍ଣଚନ୍ଦ୍ର ମେହେର, ଅକ୍ଷୟ ମେହେର, ପ୍ରଦୀପ ବାଗ, ହାଡ଼ିବନ୍ଧୁ ମେହେର, ସନୋଜ ସେଠୀ, ଦୀନବନ୍ଧୁ ମେହେରଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ବିନୋଦ ବିହାରୀ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe