ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭୀମ ଭୋଇଙ୍କ ବାଣୀ

Advertisment

ଭୀମ ଭୋଇ ସମାଧି ପୀଠରେ ଆନନ୍ଦର ଲହରି

ଭୀମ ଭୋଇ ସମାଧି ପୀଠରେ ଆନନ୍ଦର ଲହରି

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭୀମ ଭୋଇଙ୍କ ବାଣୀ

ମେଣ୍ଡା: ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ନିର୍ବାଚିତ ହେବା ଦିନରୁ ସାରା ଓଡ଼ିଶା ଉତ୍ସବ ମୁଖର। ତେବେ ସୋମବାର ଶପଥ ଗ୍ରହଣ ଉତ୍ସବ ପରେ ଏହା ଦ୍ବିଗୁଣିତ ହୋଇଛି। ତାଙ୍କ ଅଭିଭାଷଣରେ ଓଡ଼ିଶାର ଜନ ଜୀବନ ତଥା ସମସ୍ତ ଭାବାବେଗ ପ୍ରତିଫଳିତ ହୋଇଛି। ବିଶେଷ କରି ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତିରେ ମହାମହିମ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଶେଷ କରିଥିବାରୁ ଓଡ଼ିଶାର ଅଗଣିତ ମହିମା ଧର୍ମାବଲମ୍ବୀ, ଭୀମ ଭୋଇଙ୍କ ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି।

ସବୁଠୁ ବେଶି ଅନନ୍ଦ ଦେଖା ଦେଇଛି ସୁବର୍ଣ୍ଣପୁର ଜିଲ୍ଲାର ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠରେ। ସମାଧି ପୀଠର ମଠାଧିଶ ସନ୍ୟାସୀ ବାବାଙ୍କ ସମେତ ନାଜେର ବାବା, ଲିଙ୍ଗରାଜ ବାବା, ଖୁସିରାମ ବାବା, ପବିତ୍ର ଭକ୍ତ ସହ ମଠର ସମସ୍ତ ଭକ୍ତ ଓ ଗ୍ରାମବାସୀ ଖୁସି ବ୍ୟକ୍ତ କରି କୃତଜ୍ଞତା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଭୀମଭୋଇ ସମାଧି ପୀଠ ଟ୍ରଷ୍ଟର ପ୍ରଥମ ମ୍ୟାନେଜିଂ ଟ୍ରଷ୍ଟି ବିଶିଷ୍ଟ ଐତିହାସିକ ସ୍ବର୍ଗତ ଡ. ସଦାନନ୍ଦ ଅଗ୍ରୱାଲ ଜୀବନ ତମାମ ଭୀମ ଭୋଇ ଓ ମହିମା ଧର୍ମର ପ୍ରଚାର ପ୍ରସାରରେ ଲାଗିଥିଲେ। ଆଜି ରାଷ୍ଟ୍ରପତିଙ୍କ ମୁଖରେ ଭୀମ ଭୋଇଙ୍କ ବାଣୀ ଶୁଣିବା ପରେ ସ୍ବର୍ଗତ ଅଗ୍ରୱାଲଙ୍କ ପରିବାରରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe