ଭିମସାର୍‌ ଶଯ୍ୟାସଂଖ୍ୟା ୨୬୫୦କୁ ବୃଦ୍ଧି ପାଇବ: ଧର୍ମେନ୍ଦ୍ର

ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମସାର୍‌)ରେ ମେଡିକାଲ ଶଯ୍ୟାସଂଖ୍ୟା ୧୪୮୪ରୁ ୨୬୫୦କୁ ବୃଦ୍ଧି କରାଯିବ। ଏଥିପାଇଁ ୧୬୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନିକଟରେ ‘ସେବା ପର୍ବ -୨୦୨୫’ ଅବସରରେ ଯୋଗ ଦେଇ....

fsshfhfhffhsxb

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମସାର୍‌)ରେ ମେଡିକାଲ ଶଯ୍ୟାସଂଖ୍ୟା ୧୪୮୪ରୁ ୨୬୫୦କୁ ବୃଦ୍ଧି କରାଯିବ। ଏଥିପାଇଁ ୧୬୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନିକଟରେ ‘ସେବା ପର୍ବ -୨୦୨୫’ ଅବସରରେ ଯୋଗ ଦେଇ ଝାରସୁଗୁଡ଼ାଠାରେ ଭିମ୍‌ସାର୍‌କୁ ବିଶ୍ୱସ୍ତରୀୟ ସୁପର ସ୍ପେସାଲିଟି ଚିକିତ୍ସାଳୟରେ ରୂପାନ୍ତରଣ କରିବା ପାଇଁ ଘୋଷଣା କରିଥିଲେ। ଉପରୋକ୍ତ ନିଷ୍ପତ୍ତି ଏହି ଘୋଷଣାର ଅଂଶ ବିଶେଷ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେବେଇପାଲିଠାରେ ଧନକଉଡ଼ା ବ୍ଲକ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଭିତ୍ତିପ୍ରସ୍ତର ସ୍ଥାପନ ତଥା ନୂଆ ଗୋଷ୍ଠୀ ଜନସ୍ବାସ୍ଥ୍ୟ କେନ୍ଦ୍ରର ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ ତଥା ପ୍ରତ୍ୟେକ ବ୍ୟକ୍ତିର ଅଧିକାର।

ଦେବେଇପାଲି ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର

ଲୋକାର୍ପିତ ‘ଗୋଷ୍ଠୀ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସା ସହ ଅନ୍ୟାନ୍ୟ ଚିକିତ୍ସା ସେବା ସୁବିଧା ରହିଛି। ଏହି କେନ୍ଦ୍ରଗୁଡ଼ିକ ଲୋକଙ୍କୁ ଉନ୍ନତ ଏବଂ ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ପୂର୍ବତନ ବିଧାୟକ ନାଉରୀ ନାୟକ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ନିମନ୍ତେ ୧୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ନୂତନ ଗୋଷ୍ଠୀ ଜନସ୍ୱାସ୍ଥ୍ୟ କେନ୍ଦ୍ର ୮୨ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଛି। ଉଦ୍‌ଘାଟିତ ଗୋଷ୍ଠୀ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷାଗାର ଏବଂ ଟିକା ସଂରକ୍ଷଣ ଗୃହ ଆଦିର ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe