ଖୋଲିଲା ଭିତରକନିକା: ପ୍ରଥମ ଦିନରେ ୧୩୮୦ ପର୍ଯ୍ୟଟକ

Advertisment
ଖୋଲିଲା ଭିତରକନିକା: ପ୍ରଥମ ଦିନରେ ୧୩୮୦ ପର୍ଯ୍ୟଟକ

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ରବିବାରଠାରୁ ଖୋଲିଛି।
ବଉଳା କୁମ୍ଭୀରଙ୍କ ଗଣନା ପାଇଁ ଚଳିତମାସ ୪ ତାରିଖ ଠାରୁ ୧୪ ତାରିଖ ଯାଏ ୧୧ଦିନ ଧରି ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ଖୋଲିବା ପରେ ପ୍ରଥମଦିନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ରବିବାର ପ୍ରଥମ ଦିନରେ ୧୩ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ମୋଟ ୧୩୮୦ଜଣ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ଏହି ୧୩ଜଣ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ୨ଜଣ ଜର୍ମାନୀର ପର୍ଯ୍ୟଟକ ହୋଇଥିବା ବେଳେ ଅନ୍ୟ ୧୧ଜଣ ୟୁରୋପ ମହାଦେଶର ବିଭିନ୍ନ ଦେଶରୁ ଆସିଥିବା ବନବିଭାଗ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe