୩ ମାସ ପାଇଁ ଭିତରକନିକା ବନ୍ଦ

Advertisment
୩ ମାସ ପାଇଁ ଭିତରକନିକା ବନ୍ଦ

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମେ’ ୧ ରୁ ଜୁଲାଇ ୩୧ ଯାଏ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ଶ୍ରେଷ୍ଠ ପ୍ରଜନନସ୍ଥଳୀ ଭାବେ ପ୍ରସିଦ୍ଧିଲାଭ କରିଛି। ମେ’ରୁ ଜୁଲାଇ ୩ ମାସ ଏହି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ସମୟ। ଏହି ସମୟରେ ବଉଳା କୁମ୍ଭୀରମାନେ ଅଣ୍ତା ଦେବାକୁ ନିରାପଦ ସ୍ଥାନ ଠାବ କରି ବସା କରି ଅଣ୍ତା ଦେଇଥାନ୍ତି। ଏହି ସମୟରେ ମା’ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇ ପଡିଥାନ୍ତି। ବଉଳା କୁମ୍ଭୀର ପର୍ଯ୍ୟଟକଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ଏହି ସମୟରେ ଭିତରକନିକା ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe