୨୩ ତାରିଖ ଯାଏ ଭିତରକନିକା ବନ୍ଦ, କୁମ୍ଭୀର ଗଣନା ପାଇଁ ୨୨ ଟିମ୍‌

ଜାନୁଆରି ୪ରୁ ୧୪ ଭିତରକନିକା ବନ୍ଦ

Fiveprime

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଓ ବାହାରେ ପ୍ରବାହିତ ନଦୀ, ନାଳଗୁଡିକରେ ଥିବା ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବ। ଆସନ୍ତାକାଲିଠାରୁ ୧୫ ତାରିଖରୁ ୨୩ ତାରିଖ ଯାଏ ୯ଦିନ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ବଉଳା କୁମ୍ଭୀରଙ୍କ ଗଣନା ପାଇଁ ୨୨ଟି ଟିମ ଗଠନ କରାଯାଇଛି।

ଏହି ଟିମ୍‌ ଖୋଳାରୁ କଂଟିଆଖାଇ ମାଉଥ୍‌, ଜେଠିରୁ ପାଟ୍ଟଶାଳା ଓ ଖୋଳା ମାଉଥ୍‌, ଖୋଳା ମାଉଥ୍‌ରୁ ଚେକ୍‌ ଗେଟ, ପତି ମାଉଥ୍‌ରୁ ଗୋଖଣି, ବାଲିଯୋରରୁ ଧୋଧୋଇଆ କ୍ରିକ୍‌, ମହିଁଷାମଣ୍ତା ମାଉଥ୍‌ରୁ କାଠୁଆ, କାଠୁଆ ମାଉଥ୍‌ରୁ ସାପୁଆ ମାଉଥ୍‌, ଥାନପତି ମାଉଥ୍‌ରୁ ଚିନ୍ତାମଣି ମହାନ୍ତି କ୍ରିକ୍‌, ଶୁଆଯୋର କ୍ରିକ୍‌, ଡାଙ୍ଗମାଳ ସ୍କିମ୍‌ରୁ ବାଙ୍କୁଆଳ ଓ ଭିତରକନିକା ଫରେଷ୍ଟ ବ୍ଲକ, ଜୟନଗରରୁ ଦୁର୍ଗାପ୍ରସାଦ ଡିଆ, ରାଜନଗରରୁ ଖୋଳା, ରାଜନଗରରୁ ବରୁଣେଇ, ଗୁପ୍ତିରୁ ଏକକୂଳା, ଗୁପ୍ତିରୁ ହଂସିଣା ବ୍ରିଜ, ବାଉଶଗଡ଼ ନଦୀରୁ ସୁନେଇ ରୂପେଇ ଓ ସାତଭାୟା କ୍ରିକ୍‌, ସାତଭାୟା ଗେଟରୁ ଚିଂଚିରି ବେରି ଓ ଅଙ୍ଗାରି କ୍ରିକ ଆଦି ନଦୀ ଓ କ୍ରିକ୍‌ରେ ଗଣନା କରିବେ। କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣନା କରାଯିବ। ଗତବର୍ଷ ଗଣନା ସମୟରେ କୁମ୍ଭୀର ସଂଖ୍ୟା ୧୭୫୭ରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe