ଆକଳନ କଲେ ଭୃଗୁ ଜ୍ୟୋତିଷ ଶ୍ରୀଧର ଆଚାର୍ଯ୍ୟ : ସରକାର ପ୍ରତି ବିପଦ ନାହିଁ

Advertisment

ମେ’ ଭିତରେ ମନ୍ତ୍ରିମଣ୍ଡଳ ଅଦଳବଦଳ, କେନ୍ଦ୍ରର ଆସ୍ଥା ହରାଇବେ ମୁଖ୍ୟମନ୍ତ୍ରୀ

ମେ’ ଭିତରେ ମନ୍ତ୍ରିମଣ୍ଡଳ ଅଦଳବଦଳ, କେନ୍ଦ୍ରର ଆସ୍ଥା ହରାଇବେ ମୁଖ୍ୟମନ୍ତ୍ରୀ

ଆକଳନ କଲେ ଭୃଗୁ ଜ୍ୟୋତିଷ ଶ୍ରୀଧର ଆଚାର୍ଯ୍ୟ : ସରକାର ପ୍ରତି ବିପଦ ନାହିଁ

ଭୁବନେଶ୍ବର : ବର୍ଷତମାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ବହୁ ବାଧାବିଘ୍ନର ସାମ୍ନା କରିବେ। ବିଭିନ୍ନ ସ୍ଥାନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ। ଧର୍ମାନୁଷ୍ଠାନଗୁଡ଼ିକରେ ବହୁ ମାତ୍ରାରେ ଦୁର୍ନୀତି ଲୋକଲୋଚନକୁ ଆସିବ। ଚାଷୀ ଆନ୍ଦୋଳନ ସରକାରଙ୍କ ଚିନ୍ତା ବଢ଼ାଇବ। ସରକାରଙ୍କ ଉପରେ ବିପଦ ଆସିବନି। କିନ୍ତୁ ଟାଣପଣ ଭାଙ୍ଗିଯିବ।

୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ସରକାର ଓ ଓଡ଼ିଶାକୁ ନେଇ ଏମିତି ଅଙ୍କ କଷିଛନ୍ତି ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ। ତାଙ୍କ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ରାଶି ହେଉଛି ମିଥୁନ୍ ଓ ନକ୍ଷତ୍ର ମୃଗଶିରା। ତାଙ୍କ ଜନ୍ମସ୍ଥାନ କଟକ ଓ ଲଗ୍ନ କର୍କଟ। ‌ଜାନୁଆରି ଓ ଫେବ୍ରୁଆରି ଦୁଇ ମାସ ମୁଖ୍ୟମନ୍ତ୍ରୀଙ୍କ ଭଲ ସମୟ ରହିଛି। ଏହି ସମୟରେ ବିରୋଧୀମାନେ ଶାନ୍ତ ପଡ଼ିଯିବେ। ମାର୍ଚ୍ଚ ମାସରୁ ବର୍ଷ ‌େଶଷ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ୨୦୨୧ ମାର୍ଚ୍ଚ ୨ ତାରିଖରୁ ତାଙ୍କ ଜାତକରେ କେତୁ ଦଶାରେ ବୃହସ୍ପତି ଚଳନ ସମୟ। ଗୁରୁ ଚଣ୍ଡାଳ ଯୋଗ ସୃଷ୍ଟି ହେବ। ଫଳରେ ଓଡ଼ିଶାରେ ବହୁ ସମସ୍ୟା ଆସିବ। ବିଶେଷ ଭାବେ ଶ୍ରୀଜଗନ୍ନାଥଙ୍କ ଜମି କେଳେଙ୍କାରୀ ବା ରାଜସ୍ବ ବିଭାଗରେ ବହୁ ସ୍ଥାନରେ ଜମିଜମା ମାମଲାକୁ ନେଇ ଆନ୍ଦୋଳନ ହେବ। ବିରୋଧୀ ଦଳ ନ ଚାହିଁଲେ ବି ବର୍ଷ ତମାମ ପ୍ରଜା ଆନ୍ଦୋଳନ ଚାଲିବ। ବହୁ ଯୋଜନା ମିଥ୍ୟା ପ୍ରମାଣିତ ହେବ। ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କୁ ଏକାଧିକ ଅଜଣା ରୋଗ ମାଡ଼ି ବସିବ। ଫଳରେ ସରକାର ହନ୍ତସନ୍ତ ହେବେ। ଶିଶୁ ରୋଗ ଓ ଔଷଧ ଦୁର୍ନୀତି ଚର୍ଚ୍ଚାକୁ ଆସିବ। ଚାଷୀ ଆନ୍ଦୋଳନ ସରକାରଙ୍କ ପାଇଁ ଚିନ୍ତାର କାରଣ ହେବ। ଧାନ ଓ ଅନ୍ୟ ଶସ୍ୟ ଉତ୍ପାଦନ ହ୍ରାସ ହେବ ଓ ବାହାର ରାଜ୍ୟ ଉପରେ ଆମକୁ ନିର୍ଭର କରିବାକୁ ପଡ଼ିବ। ଏସବୁ ସତ୍ତ୍ବେ ବୃହସ୍ପତି ସ୍ବାତୀ ନକ୍ଷତ୍ରରେ ଅବସ୍ଥାନ ହେତୁ ରାହୁଙ୍କ ପ୍ରଭାବରେ ସରକାର ବଞ୍ଚିଯିବେ। କିନ୍ତୁ ଟାଣପଣ ରହିବ ନାହିଁ।

ମନ୍ତ୍ରୀମଣ୍ଡଳ ସମ୍ପର୍କରେ ପଣ୍ଡିତ ଆଚାର୍ଯ୍ୟ କହିଛନ୍ତି ଯେ ବଜେଟ୍‌ ଅଧିବେଶନ ପରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇପାରେ। ଦକ୍ଷିଣ ଓଡ଼ିଶାରୁ କିଛି ମନ୍ତ୍ରୀ ପଦ ଚାଲିଯାଇପାରେ। ଉପକୂଳବର୍ତ୍ତୀ ଜିଲ୍ଲା ଓ ଉତ୍ତର ଓଡ଼ିଶାରୁ ନୂଆ ମନ୍ତ୍ରୀ ହୋଇପାରନ୍ତି। ରାଜସ୍ବ, ଆଇନ୍, ଉଚ୍ଚଶିକ୍ଷା ବିଭାଗ ବଦଳିପାରେ। ଏପରିକି ବାଚସ୍ପତି ପରିବର୍ତ୍ତନର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ସରକାରୀ ଦଳରେ ଫାଟ ସୃଷ୍ଟି ହୋଇ ବହୁ ଲୁକ୍‌କାୟିତ ତଥ୍ୟ ପଦାରେ ପଡ଼ିବାର ଆଶଙ୍କା ରହିଛି।

କେନ୍ଦ୍ର-ରାଜ୍ୟ ସମ୍ପର୍କ ବିଷୟରେ ଭୃଗୁ ଜ୍ୟୋତିଷ ଗଣନା କହୁଛି, ଶିକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ଆଇନ୍ ପ୍ରଚଳନ ହେବ। ଅଧିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଓଡ଼ିଶାରେ ଖୋଲିବ। ଅନ୍ୟ ବହୁ କ୍ଷେତ୍ରରେ ଅଧିକ କେନ୍ଦ୍ରୀୟ ଅନୁଦାନ ରାଜ୍ୟକୁ ଆସିବ। କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସରକାର ସାଲିସ୍‌ କରିବେ। ରାଜ୍ୟରେ କେନ୍ଦ୍ରୀୟ ଯୋଜନା ବହୁମାତ୍ରାରେ କାର୍ଯ୍ୟକାରୀ ହେବ। କିନ୍ତୁ ମୁଖ୍ୟମନ୍ତ୍ରୀ ଆଉ କେନ୍ଦ୍ର ସରକାରଙ୍କ ବିଶ୍ବାସରେ ରହିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe