୧୦ ଫୁଟ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ : ଡ୍ରାଇଭର୍, ହେଲପରଙ୍କ ସମେତ ୩ ମୃତ; ୧୫ ଗୁରୁତର

Advertisment
୧୦ ଫୁଟ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ : ଡ୍ରାଇଭର୍, ହେଲପରଙ୍କ ସମେତ ୩ ମୃତ; ୧୫ ଗୁରୁତର

ବିଷମକଟକ : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ହଜାରୀଡାଙ୍ଗ ନିକଟରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫରଚୁନ୍ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଊର୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ବସର ଡ୍ରାଇଭର, ହେଲପର ଓ ଅନ୍ୟ ଜଣେ ଯାତ୍ରୀ ବୋଲି ଜଣାପଡିଛି। ଆହତଙ୍କୁ ଚିକିତ୍ସା ପାଇଁ ବିଷମକଟକ ଖ୍ରୀଷ୍ଟିୟାନ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଜନସାଧାରଣ ଓ  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ। ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବିତ ହେଉଥିବା ପ୍ରତ୍ୟକ୍ଷଦର୍ଶିୀ ସୂଚନା ଦେଇଛନ୍ତି।

ଦୁର୍ଘଟଣାର ଶିକାର ହୋଇଥିବା ଫରଚୁନ୍ ବସ୍  (ଓଡି୦୪ଏ-୭୪୫୧) ଲକ୍ଷ୍ମୀପୁରର କଟକ ଯାଉଥିଲା। ରାୟଗଡ଼ା-ଚାଟିକଣାର ରାସ୍ତାର ଦୂରାବସ୍ଥା ଯୋଗୁ ବସ କୁମ୍ଭାରଢ଼ାମୁଣୀ ହୋଇ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ବିଷମକଟକରୁ ୯ କିମି ଦୂର ହଜାରୀଡାଙ୍ଗ ଗାଁ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାରୁ ବିଲ ଭିତରକୁ ଖସି ପଡିଥିଲା। ବସର ସମ୍ମୁଖ ଭାଗ ସଂପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ବସର ଗୋଟିଏ ପାର୍ଶ୍ବ ବିଲ ଭିତରକୁ ପଶି ଯାଇଥିବାରୁ ବହୁ ଯାତ୍ରୀ ବସ୍ ଭିତରେ ଚାପି ହୋଇ ରହିଥିବା ସୂଚନା ମିଳିଛି।

ଖବର ଲେଖା ହେବା ପର୍ଯ୍ୟନ୍ତ ବସ୍ ଭିତରୁ ଡ୍ରାଇଭର ଓ ହେଲପରର ମୃତଦେହ ଉଦ୍ଧାର କରାଯାଇଛି। ଆଉ କିଛି ଆହତ ଗୁରୁତର ଅବସ୍ଥାରେ ବସ୍ ଭିତରେ ଚାପି ହୋଇ ରହିଛନ୍ତି। ଜେସିବି ମେସିନ୍ ସାହାଯ୍ୟରେ ବସକୁ ବିଲ ଭିତରୁ ଉଠାଯିବା ପରେ ପ୍ରକୃତ ମୃତ ଓ ଗୁରୁତରଙ୍କ ସଂଖ୍ୟା ଜଣା ପଡିବ ବୋଲି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ପୁଲିସ୍ କର୍ମଚାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe