Advertisment

୨୪ରେ ଭୁବନେଶ୍ବର ବନ୍ଦ, ଭାଇରାଲ୍‌ ଭିଡିଓ, ସିସିଟିଭି ଫୁଟେଜ୍‌କୁ ନେଇ ବଢ଼ୁଛି ସନ୍ଦେହ

Advertisment

ଭରତପୁର ଥାନା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୁଲିସ୍ ତଦନ୍ତ ପ୍ରକ୍ରିୟା, ପାରିପାର୍ଶ୍ବିକ ଘଟଣାବଳୀ, ଭାଇରାଲ୍‌ ଭିଡିଓ ପୂରା ଘଟଣାକୁ ଅଧିକ ରହସ୍ୟମୟ କରିଦେଉଛି। ବିଜେଡି ପକ୍ଷରୁ ଏହି ଘଟଣା ପ୍ରତିବାଦରେ ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦିଆଯାଇଛି।

ଭରତପୁର ଥାନା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୁଲିସ୍ ତଦନ୍ତ ପ୍ରକ୍ରିୟା, ପାରିପାର୍ଶ୍ବିକ ଘଟଣାବଳୀ, ଭାଇରାଲ୍‌ ଭିଡିଓ ପୂରା ଘଟଣାକୁ ଅଧିକ ରହସ୍ୟମୟ କରିଦେଉଛି। ବିଜେଡି ପକ୍ଷରୁ ଏହି ଘଟଣା ପ୍ରତିବାଦରେ ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦିଆଯାଇଛି।

bjd

ଭୁବନେଶ୍ବର: ଭରତପୁର ଥାନା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୁଲିସ୍ ତଦନ୍ତ ପ୍ରକ୍ରିୟା, ପାରିପାର୍ଶ୍ବିକ ଘଟଣାବଳୀ, ଭାଇରାଲ୍‌ ଭିଡିଓ ପୂରା ଘଟଣାକୁ ଅଧିକ ରହସ୍ୟମୟ କରିଦେଉଛି। ବିରୋଧୀ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ ଭର୍ତ୍ସନା କରିଚାଲିଛନ୍ତି। ବିଜେଡି ପକ୍ଷରୁ ଏହି ଘଟଣା ପ୍ରତିବାଦରେ ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ୧୨ଟା ଯାଏ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବନ୍ଦ ପାଳନ ହେବ। ସାଧାରଣ ନିର୍ବା‌ଚନ ପରେ ରାଜ୍ୟରେ ବିରୋଧୀ ଦଳର ଏହା ପ୍ରଥମ ବନ୍ଦ ପାଳନ। ସରକାର ଘଟଣାକୁ ଚପାଇଦେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେଡି ଆରୋପ ଲଗାଇଛି। କଂଗ୍ରେସ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବେଳେ ରାଜଭବନ ଘେରାଉ କରିବା ପାଇଁ ଯୋଜନା ଚାଲିଛି। ଆସନ୍ତାକାଲି ଏହି ପ୍ରସଙ୍ଗରେ ବିଭିନ୍ନ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯିବ। କ୍ୟାପ୍‌ଟେନ୍‌ଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ନୂଆ ନୂଆ ଭିଡିଓ ସବୁଦିନେ ପଦାକୁ ଆସୁଥିବାରୁ ଘଟଣାଟି ଏବେ ଅଧିକ ବିବାଦୀୟ ହେବାରେ ଲାଗିଛି। ଏହି ଘଟଣାର ତଦନ୍ତ ଚାଲୁଥିବାରୁ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ନିଜ ହେପାଜତକୁ ଅଣାଯାଇଥିବ। ପୁଣି ଥାନା ଭିତରେ ‌ହୋଇଥିବା ରେକର୍ଡିଂ ଓ ରାସ୍ତାରେ ଯୁବକମାନଙ୍କ ସହ ଅଙ୍କିତାଙ୍କର ହୋଇଥିବା ବିବାଦ ଘଟଣାର‌ ରେକର୍ଡିଂ ବି ପୁଲିସ୍‌ ପାଖରେ ହିଁ ଥିବ। ସେସବୁ ହିଁ ତଦନ୍ତର ବଡ଼ ପ୍ରମାଣ ହୋଇପାରେ। କିନ୍ତୁ ଗତ ତିନି ଦିନ ହେଲା ସେଥିରୁ ଏକାଧିକ ଭିଡିଓ ଓ ସିସିଟିଭି ଫୁଟେଜ୍ ସାମାଜିକ ଗଣମାଧ୍ୟମକୁ ଯାଉଛି। ସେଗୁଡ଼ିକ କିଏ ବାହାରକୁ ଛାଡ଼ୁଛି ଓ କିଏ ଭାଇରାଲ୍‌ କରୁଛି, ତାହା ଏବେ ସନ୍ଦେହରେ। ତଦନ୍ତ ଚାଲୁଥିଲା ବେଳେ ଏଗୁଡ଼ିକୁ ଭାଇରାଲ୍‌ କରିବା ପାଇଁ କିଏ ପ୍ରୋତ୍ସାହନ ଦେଉଛି ବୋଲି ପ୍ରଶ୍ନ ଉଠୁଛି। ପୁଲିସ୍‌ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହୁଛି। 

ବର୍ତ୍ତମାନ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି। କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ୫ଟି ପୃଥକ ଟିମ୍‌ ଏହି ମାମଲାର ଖୋଳତାଡ଼ କରୁଛନ୍ତି। ଗୋଟିଏ ଟିମ୍‌ ମାମଲା ସମସ୍ତ ରେକର୍ଡପତ୍ର ସଂଗ୍ରହ ଓ ଯାଞ୍ଚ ପ୍ରକ୍ରିୟ‌ାରେ ଲାଗିଛି। ଦ୍ବିତୀୟ ଟିମ୍ ମାମଲା ସହ ଜଡ଼ିତ ମେଡିକାଲ୍‌ ରିପୋର୍ଟ ସଂଗ୍ରହ କରି ତର୍ଜମା ଚଳାଇଛି। କ୍ୟାପିଟାଲ୍‌ ହସ୍ପିଟାଲ ଓ ଭୁବନେଶ୍ବର ଏମ୍‌ସର ରିପୋର୍ଟକୁ ନେଇ ଛାନ୍‌ଭିନ୍‌ ଚାଲିଛି। ତୃତୀୟ ଟିମ୍‌ ମାମଲା ସମସ୍ତ ସାକ୍ଷୀମାନଙ୍କ ବୟାନ ରେକର୍ଡ କରୁଛି। ଅନ୍ୟ ଟିମ୍‌ଗୁଡ଼ିକ ମାମଲା ସହ ସମ୍ପୃକ୍ତ ଡିଜିଟାଲ୍‌ ଏଭିଡେନ୍‌ସ ବ‌ା ଭିଡିଓ ରେକର୍ଡିଂଗୁଡ଼ିକ ସଂଗ୍ରହ କରୁଛନ୍ତି। ଏଥିସହିତ ସେମାନେ ଘଟଣା ଦିନ ରାତିର ମୋବାଇଲ୍‌ କଲ୍‌ ରେକର୍ଡ ସଂଗ୍ରହ କରୁଛନ୍ତି। କ୍ୟାପ୍‌ଟେନ୍‌ ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତାଙ୍କ କଲ୍‌ ଡିଟେଲ୍‌ସ ସଂଗ୍ରହ କରାଯାଉଛି। ସେହିଭଳି ଭରତପୁର ଥାନାର ନିଲମ୍ବିତ ୫ ପୁଲିସ କର୍ମଚାରୀଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ମଧ୍ୟ ସଂଗ୍ରହ କରାଯାଇ ତର୍ଜମା କରାଯାଉଛି। କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ୭ ଜଣ ଛାତ୍ରଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି। ଥାନାରୁ ଜବତ ବିଭିନ୍ନ ପ୍ରକାର ପ୍ରମାଣକୁ ଯାଞ୍ଚ୍‌ କରିବା ପାଇଁ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଯାଇଛି। 

ଏହା ଭିତରେ ଏକ ବଡ଼ ଖବର ଆଜି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ମାମଲାର ସତ୍ୟାସତ୍ୟ ଜାଣିବାକୁ ମିଛଧରା ପରୀକ୍ଷା କରାଯାଇପାରେ। କ୍ୟାପ୍‌ଟେନ୍‌ଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ଭରତପୁର ଥାନା ପୁଲିସ କର୍ମଚାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରିଣୀ ଭାବେ ଥାନାକୁ ନ୍ୟାୟ ଭିକ୍ଷା କରିବାକୁ ଯାଇଥିବା ବେଳେ ପୁଲିସ ତାଙ୍କୁ ମିଛରେ ଫସାଇ ଅଭିଯୁକ୍ତ ସଜାଇଛି ବୋଲି ଅଙ୍କିତା ଅଭିଯୋଗ କରିଛନ୍ତି। ଏମିତିକି ଥାନାରେ ତାଙ୍କୁ ବଡ଼ କଦର୍ଯ୍ୟ ଭାବେ ମାଡ଼ ମରାଯାଇଥିଲା ବୋଲି ସେ କହିଛନ୍ତି। କିନ୍ତୁ ନିଲମ୍ବିତ ହୋଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ସେସବୁ ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ଥାନାରେ ସିସିଟିଭି ନଥିବାରୁ ପ୍ରକୃତରେ ସେଠାରେ କ’ଣ ଘଟିଲା, ତାହାର ସରକାରୀ ଚିତ୍ର ନାହିଁ। ମିଛଧରା ପରୀକ୍ଷା ପାଇଁ କୋର୍ଟଙ୍କ ଅନୁମତି ମିଳିଲେ ଏବଂ ପକ୍ଷମାନେ ରାଜିହେଲେ, କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଉଭୟ କ୍ୟାପ୍‌ଟେନ୍‌ଙ୍କ ବାନ୍ଧବୀ ଓ ନିଲମ୍ବିତ ୫ ପୁଲିସ କର୍ମଚାରୀଙ୍କ ଲାଏ ଡିଟେକ୍ସନ୍‌ ପରୀକ୍ଷା କରାଯିବ। କିନ୍ତୁ ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। 

ଆଜି କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ଅରୁଣ ବୋଥ୍ରା ଓ ଆଇଜି ସଫିନ୍‌ ଅହମ୍ମଦଙ୍କ ସହ ଡିଜିପି ୱାଇବି ଖୁରାନିଆ ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି। କୌଣସି ଚାପର ବଶବର୍ତ୍ତୀ ନହୋଇ ଶୀଘ୍ର ତଦନ୍ତ ସାରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ତଦନ୍ତରେ ସାଇଣ୍ଟିଫିକ୍‌ ପ୍ରକ୍ରିୟା ଅନୁସରଣ କରି ପ୍ରକୃତ ସତ ପଦାକୁ ଆଣିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe