ଭୁବନେଶ୍ବର କ୍ଲବ୍‌ ନିର୍ବାଚନ: ସରିଲା ମତଦାନ, ଆଜି ଫଳାଫଳ

Advertisment

ବାଲାଟ୍‌ ବକ୍ସରେ କଏଦ୍‌ ୧୯ପ୍ରାର୍ଥୀଙ୍କ ଭାଗ୍ୟ

ବାଲାଟ୍‌ ବକ୍ସରେ କଏଦ୍‌ ୧୯ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର କ୍ଲବ୍‌ ନିର୍ବାଚନ: ସରିଲା ମତଦାନ, ଆଜି ଫଳାଫଳ

ଭୁବନେଶ୍ବର : ସଭାପତି, ସଂପାଦକ ସମେତ ଭୁବନେଶ୍ବର କ୍ଲବର ୧୦ ପଦ ପାଇଁ ଶନିବାର ଦିନ କ୍ଲବ ପରିସରରେ ମତଦାନ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍‌ରେ ଥିବା ୧୯୩୬ ଭୋଟର୍‌ଙ୍କ ମଧ୍ୟରୁ ୧୦୫୩ଜଣ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ବେଳେ ବାଲାଟ୍‌-ବକ୍ସରେ ୧୯ ପ୍ରତିଦ୍ବନ୍ଦ୍ବୀଙ୍କ ଭାଗ୍ୟ କଏଦ୍‌ ହୋଇଛି। ମଧ୍ୟାହ୍ନ ୧୨ଟା​ରେ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଆଜି ସକାଳ ୯ଟାରୁ କ୍ଲବ୍‌ ପରିସରରେ ଭୋଟ୍‌ ଗଣତି କରାଯିବ। ପ୍ରାୟ ୧୧ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି କୁହାଯାଉଛି।

publive-image

ଉଲ୍ଲେଖଯୋଗ୍ୟ ଯେ ସଭାପତି ପଦ ପାଇଁ ଦୁଇ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଓ ପୂର୍ବତନ ଉନ୍ନୟନ କମିସନର ସତ୍ୟପ୍ରକାଶ ନନ୍ଦଙ୍କ ମଧ୍ୟରେ ଲଢ଼େଇ ହେଉଥିବା ବେଳେ ସାଧାରଣ ସମ୍ପାଦକ ପଦ ପାଇଁ ଦିଲୀପ ରାଉତରାୟ ଓ ମାନସ ଦାସ, ଉପସଭାପତି ପଦ ପାଇଁ ବ୍ୟବସାୟୀ ମହେନ୍ଦ୍ର ଗୁପ୍ତା ଓ ତପେଶ୍‌ ରାୟ, ଯୁଗ୍ମ ସମ୍ପାଦକ ପଦ ପାଇଁ ଅଶୋକ କୁମାର ମିଶ୍ର ଓ ଜ୍ୟୋତିର୍ମୟ ମହାନ୍ତି ଲଢ଼େଇ କରୁଛନ୍ତି। ୬ଜଣ କମିଟି ମେମ୍ବର ପଦ ପାଇଁ ୧୧ଜଣ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି।

ଆଜି ଫଳାଫଳ ଘୋଷଣା ହେବା ପରେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧିମାନେ କ୍ଷମତାରେ ରହିବେ। ଗତବର୍ଷ ହୋଇଥିବା ନିର୍ବାଚନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ଖଣ୍ଡ ଭୋଟ୍‌ରେ ପରାସ୍ତ କରି ଅସିତ ତ୍ରିପାଠୀ ସଭାପତି ଓ ଆଇଏଏସ୍‌ ଅଫିସର୍‌ ବିଶାଳ ଦେବ ସାଧାରଣ ସମ୍ପାଦକ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe