ବଢ଼ୁଛି ଉପକୂଳ ଓଡ଼ିଶା ତାତି: ରାଜ୍ୟର ଉତ୍ତପ୍ତ ସହର ଭୁବନେଶ୍ବର

Advertisment
ବଢ଼ୁଛି ଉପକୂଳ ଓଡ଼ିଶା ତାତି: ରାଜ୍ୟର ଉତ୍ତପ୍ତ ସହର ଭୁବନେଶ୍ବର

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ବରରେ ଟାଣ ଖରା ପୁଣି ରାଜଧାନୀବାସୀଙ୍କୁ ଆଜି ଅସ୍ତବ୍ୟସ୍ତ କରିଛି। ରାଜଧାନୀର ସର୍ବୋଚ୍ଚ ଦିନ ତାପମାତ୍ରା‌ ରବିବାର ଦିନ ୩୯.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏହାପଛକୁ ରହିଥିଲା ଜଗତସିଂହପୁର ଜିଲ୍ଲା। ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ରେକର୍ଡ ହୋଇଛି।

publive-image

ଉପକୂଳ ଓଡ଼ିଶାରେ ଏବେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହୁଥିବ‌ା ବେଳେ ପଶ୍ଚିମ ଓଡ଼ିଶା କିନ୍ତୁ ତାପମାତ୍ରା କମ୍‌ ରହୁଛି। ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ଆଜି ୩୨.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ଥିଲା ୩୪.୧ ଡିଗ୍ରି, ହୀରାକୁଦରେ ୩୧.୬ ଡିଗ୍ରି, ଭବାନୀପାଟଣାରେ ୩୩ ଡିଗ୍ରି ଓ ସୋନପୁରରେ ୩୨.୮ ଡିଗ୍ରି ରହିଥିଲା। ଆସନ୍ତା ୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଜାରି ରହିବ। ସୋମବାର ଦିନ ରାଜ୍ୟର ୨୧ଟି ଜିଲ୍ଲାର କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି। ବିଶେଷକରି, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ସମ୍ବଲପୁର ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଅଞ୍ଚଳ ପା‌ଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

publive-image

ଏହାପରେ ଧୀରେଧୀରେ କାଳବୈଶାଖୀର ପ୍ରଭାବ କମିବ। ୨ ତାରିଖ ଦିନ ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତାପମାତ୍ରା ମଧ୍ୟ ଅଧିକ ବଢ଼ିବାର ସମ୍ଭାବନା ନାହିଁ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ। ଅପରାହ୍ନ ଆଡ଼କୁ ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe