ମହିଳାଙ୍କ ପାଇଁ ଭୁବନେଶ୍ବର ସବୁଠୁ ସୁରକ୍ଷିତ

ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର  ଭୁବନେଶ୍ବର ଓ  ମୁମ୍ବାଇ।  କୋହିମା, ବିଶାଖାପାଟଣା, ଆଇଜଲ, ଗ୍ୟାଙ୍ଗଟକ ଓ ଇଟାନଗର ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ସହର ତାଲିକାରେ ସ୍ଥାନ ପାଇଛି। ଭାରତର ସହରାଞ୍ଚଳରେ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ମଣନ୍ତି।

women

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର  ଭୁବନେଶ୍ବର ଓ  ମୁମ୍ବାଇ।  କୋହିମା, ବିଶାଖାପାଟଣା, ଆଇଜଲ, ଗ୍ୟାଙ୍ଗଟକ ଓ ଇଟାନଗର ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ସହର ତାଲିକାରେ ସ୍ଥାନ ପାଇଛି। ଭାରତର ସହରାଞ୍ଚଳରେ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ମଣନ୍ତି। ‘ନାରୀ-୨୦୨୫ (ନାରୀ ସୁରକ୍ଷା ଜାତୀୟ ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ) ଅନୁଯାୟୀ ଭାରତର ସହରଗୁଡ଼ିକରେ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଅପରାଧ ପରିସଂଖ୍ୟାନକୁ ଏଥିରେ ଆଧାର କରାଯାଇ ନଥିବା ବେଳେ ୩୧ଟି ସହରର ୧୨,୭୭୦ ମହିଳାଙ୍କୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଏହି  ରିପୋର୍ଟକୁ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ବିଜୟା କିଶୋର ରାହତକର ଆଜି ଉନ୍ମୋଚନ କରିଛନ୍ତି। ପି-ଭାଲ୍ୟୁ ଆନାଲିଟିକ୍ସ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହୋଇଥିବାବେଳେ ଗ୍ରୁପ୍ ଅଫ୍ ଇଣ୍ଟେଲେକ୍‌ଚୁଆଲ୍ସ ଆଣ୍ଡ୍ ଏକାଡେମିସିଆନ୍ (ଜିଆଇଏ) ପକ୍ଷରୁ ଏହାକୁ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି, ୨୦୨୪ରେ ୭ ପ୍ରତିଶତ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି। ଏଥିରେ ୧୮-୨୪ ବର୍ଷ ବୟସ ବର୍ଗର ମହିଳା ଅଧିକ ବିପଦରେ ଥିବା ଜଣାପଡ଼ିଥିଲା।  ନିର୍ଯାତନାରେ ଅଶ୍ଳୀଳ ମନ୍ତବ୍ୟ ଦେବାଠାରୁ ଆରମ୍ଭ କରି ସ୍ପର୍ଶ ପର୍ଯ୍ୟନ୍ତ ରହିଛି। ସୁରକ୍ଷା ପାଇଁ ଭିତ୍ତିଭୂମିର ଅଭାବ, ଆଲୋକର ଅଭାବ ଏବଂ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ତ୍ରୁଟି ରହିଥିବା ଦର୍ଶାଯାଇଛି।

ସହର ମଧ୍ୟରେ କୋଲକାତା ଓ ଦିଲ୍ଲୀ ମହିଳାଙ୍କ ପାଇଁ ସବୁଠୁ ଅସୁରକ୍ଷିତ ହୋଇଥିବା ବେଳେ ରାଞ୍ଚି, ଶ୍ରୀନଗର ଓ ଫରିଦାବାଦ ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ଯେଉଁ ମାମଲାଗୁଡ଼ିକରେ ଏତଲା ହୋଇପାରିନି ସେହିଭଳି ମାମଲାଗୁଡ଼ିକୁ ମଧ୍ୟ ସର୍ଭେରେ ହିସାବକୁ ନିଆଯାଇଛି। ଅଧିକ ନିର୍ଯାତନା ଓ ଅପବାଦ ଭୟରେ ଅନେକ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚି ପାରେନାହିଁ। ସର୍ଭେରେ ଅଂଶଗ୍ରହଣ କରିଥିବା ମହିଳାଙ୍କ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ନିଜ ଅଭିଜ୍ଞତା ସମ୍ପର୍କରେ ଅଧିକାରୀଙ୍କୁ ଜଣାଉଥିବା କହିଥିଲେ। ସେହିପରି ୫୩ ପ୍ରତିଶତ ମହିଳା ସେମାନଙ୍କ କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନା ନିବାରଣ  ଆଇନ ଲାଗୁ ହୋଇଥିବା ସମ୍ପର୍କରେ ଜ‌ାଣି ନ ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe