ଭୁବନେଶ୍ବର ଆଇଟିଆଇରେ ନାମଲେଖା ଅବଧି ବଢ଼ିଲା

Advertisment
ଭୁବନେଶ୍ବର ଆଇଟିଆଇରେ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ବର : ଭୁବନେଶ୍ବର ସରକାରୀ ଆଇଟିଆଇର ବିଭିନ୍ନ ଟ୍ରେଡ୍‌ରେ ଖାଲିଥିବା ସିଟ୍‌ଗୁଡ଼ିକରେ ନାମଲେଖା ସମୟ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ନାମଲେଖାର ଶେଷ ତାରିଖ ଅଗଷ୍ଟ ୩୧ ଥିବା ବେଳେ ଏବେ ତାହାକୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ କ୍ରାଫ୍ଟସ୍‌ମ୍ୟାନ୍ ଟ୍ରେନିଂ ସ୍କିମ୍‌(ସିଟିଏସ୍‌) ପାଠ୍ୟକ୍ରମରେ କେତେକ ପରିବର୍ତନ କରାଯାଇଥିବାରୁ ଏଭଳି ନିଷ୍ପତ୍ତି ହୋଇଛି। ବିଭିନ୍ନ ଟ୍ରେଡ୍‌ରେ ୩୨ଟି ସିଟ୍‌ ଖାଲି ରହିଥିବା ଜଣାପଡ଼ିଛି। ଏପରିକି ଓଡ଼ିଶାରେ ପ୍ରଥମ ଥର ପାଇଁ ଖୋଲିଥିବା କେତେକ ଟ୍ରେଡ୍‌ରେ ସିଟ୍‌ ଖାଲିଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଆଇଟିଆଇରେ ଛାତ୍ରୀ, ଏସ୍‌ସି, ଏସ୍‌ଟି ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି। ଆଇଟିଆଇ ଭୁବନେଶ୍ବରର ଅଧ୍ୟକ୍ଷ ଜିତ୍‌ମିତ୍ର ଶତପଥୀଙ୍କ କହିବାନୁଯାୟୀ ଯେକୌଣସି ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବନିମ୍ନ ଯୋଗ୍ୟତା‌ ମାଟ୍ରିକ୍‌ ପାସ୍‌ ରଖାଯାଇଛି। ଏଥିସହ ଭଲ ରେଜଲ୍ଟ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଚୟନ ସୁବିଧା ବି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe