ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ: ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉଚ୍ଚସ୍ତରୀୟ କମିଟି

ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ମେଟ୍ରୋ ରୁଟ୍ ହେବାକୁଥିବା ଅଞ୍ଚଳ ଗସ୍ତ କରି କମିଟି ସ୍ଥିତି ଅନୁଧ୍ୟାନ କରୁଛନ୍ତି...

Bhubaneswar Metro Project: High-level committee monitoring status

Bhubaneswar Metro Project: High-level committee monitoring status Photograph: (sambad.in)

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏନେଇ  ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।  

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ପ୍ରକଳ୍ପ  ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ।  

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟରରେ ମେଟ୍ରୋ ରେଳ ଚଳାଚଳ କରିବ । ଏହା ମଧ୍ୟରେ ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ । 

ଅଧିକ ପଢ଼ନ୍ତୁ: ସାରଥିଙ୍କୁ ନେଇ ବିବାଦ ଘନେଇଲା: ଜଗନ୍ନାଥ-ସାରଥି ଏକ ଏବଂ ଅଭିନ୍ନ କହିଲେ ଅନୁଗାମୀ

ମେଟ୍ରୋ ରୁଟ୍ ହେବାକୁଥିବା ଅଞ୍ଚଳ ଗସ୍ତ କରି କମିଟି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମେଟ୍ରୋ ରୁଟ୍‌କୁ ନେଇ ବିସ୍ତୁତ ଭାବେ ତର୍ଜମା ଚାଲିଛି । ରୁଟ୍‌ ପରିବର୍ତ୍ତନ ହେବ କି ନାହିଁ, ସେ ନେଇ ଆଲୋଚନା କରାଯାଉଥିବା ମନ୍ତ୍ରୀ କହିଛନ୍ତି। ସେହିପରି ମେଟ୍ରୋ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ମସଜିଦରେ ବିସ୍ଫୋରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe