ମାଲକାନଗିରିରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା, ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ଦେଲେ ଆହ୍ବାନ

Advertisment
ମାଲକାନଗିରିରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା, ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ଦେଲେ ଆହ୍ବାନ

ମାଲକାନଗିରି: ରାଜ୍ୟ ରାଜଧାନୀଠାରୁ ଆରମ୍ଭ କରି ମାଲକାନଗିରି ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦୁର୍ନୀତି ହେଉଛି। କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ବିକାଶ ହୋଇପାରୁ ନାହିଁ। କାମ ନାହିଁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି ପଡିଛି। ନିଜର ଚାରିପଟେ କଣ ଘଟୁଛି ସରକାର ନିଜେ ଜାଣିପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ରଙ୍କ ଭଳି ନହୋଇ ରାଜଧର୍ମ ପାଳନ କରନ୍ତୁ ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହ୍ବାନ କରିଛନ୍ତି। ସ୍ଥାନୀୟ ଡିଏନକେ ପଡ଼ିଆରେ ମାଲକାନଗିରି ବିକାଶ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଯୋଗ ଦେଇ କହିଛନ୍ତି ଯେ, ଆଖପାଖ ଅଞ୍ଚଳରେ କଣ ହେଉଛି ମୁଖ୍ୟମନ୍ତ୍ରୀ ଦେଖିବା ଦରକାର ବୋଲି ପ୍ରକାଶ କରିଛନ୍ତି।

ମାଲକାନଗିରି ବସଷ୍ଟାଣ୍ଡଠାରୁ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କୁ ସ୍ବାଗତ କରି ଡିଏନେକ ପଡିଆ ପର୍ଯନ୍ତ ପଦଯାତ୍ରା ହୋଇଥିଲା। ଆୟୋଜିତ ସଭାରେ ସାଂସଦ କହିଛନ୍ତି ଯେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ବସୁଥିବା ସ୍ଥାନଠାରୁ ୨୦ କିଲୋମିଟର ଦୂରରେ ଜଣେ ତାମିଲନାଡୁର ପ୍ରଭାବଶାଳୀ ମହିଳା ୧୫୦ ଏକର ଜମି ଜବଦରଖଲ କରିଛନ୍ତି। ଓଡ଼ିଶାବାସୀଙ୍କ ଜମିକୁ ଜବରଦଖଲ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତାହାଙ୍କୁ ସହଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି। ଚାଷୀ ଜମିକୁ ପାଣି ପାଉନଥିବା ବେଳେ ସାଧାରଣ ଜନତା ନିଜର ଜମି ଫେରି ପାରୁନାହାନ୍ତି। ରାଜଧାନୀରେ ଏଭଳି ଭାବେ ଜବରଦଖଲ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ସ୍ଥିତି କ’ଣ ରହିଥିବ ବୋଲି ପ୍ରଶ୍ନ କରିଛନ୍ତି।

publive-image

ମାଲକାନଗିରି ଜିଲ୍ଲାର ୭୫ ପ୍ରତିଶତ ଲୋକେ ଶ୍ରମିକ ଓ ଚାଷୀ ଅଟନ୍ତି। ରୋଜଗାର ସୁଯୋଗ ନଥିବାରୁ ସେମାନେ ନିଜର ପରିବାରକୁ ଛାଡ଼ି ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାରେ ଶିଳ୍ପ କେନ୍ଦ୍ରର ପ୍ରତିଷ୍ଠା କିମ୍ବା ଛୋଟ ଛୋଟ ଶିଳ୍ପ ବିକାଶ କରିଥିଲେ ଲୋକେ ବାହାରକୁ ଯିବାକୁ ପଡ଼ିନଥାନ୍ତା। ଏଥିସହ ଜିଲ୍ଲାରେ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକରେ ଜଳସେଚନର ସୁବିଧା ନାହିଁ। ଜିଲ୍ଲାବାସୀଙ୍କୁ କାମ ମିଳୁନଥିବା ବେଳେ ଠିକା କାମରେ ରାଜ୍ୟ ବାହାରକୁ ଠିକାଦାରକୁ ସୁଯୋଗ ଦିଆଯାଉଛି। ଜାତୀୟ ରାଜପଥ କଡରେ ଥିବା ପୁଷ୍କରିଣୀ ପୁନରୁଦ୍ଧାର କରି ପର୍ଯ୍ୟଟନ କେନ୍ଦ୍ର କରାଯାଇପାରି କିନ୍ତୁ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ।

ମାଲକାନଗିରି ଜିଲ୍ଲା ବିକାଶ ସମିତିର ଆବାହକ ଇ. ପ୍ରସାଦ ରାଓଙ୍କ ନେତୃତ୍ବରେ ଅୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ। ଜୀବନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଗୁରୁ ଚରଣ ମହାନ୍ତି, ନିଶିକାନ୍ତ ନାୟକ, ଏରା ପଡିଆମୀ, କୁନାଲ ମିଶ୍ର, ମନ୍ମଥ ମଲ୍ଲିକ, ଟୁଟୁ ପାଢ଼ୀ, ସସ୍ମିତା ପାତ୍ର, ବିଜୟ ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe