ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଟାକ୍ଷ

Advertisment
ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଟାକ୍ଷ

ଭୁବନେଶ୍ବର: ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ଉନ୍ନତ ଶିକ୍ଷା, ଲିଙ୍ଗଭିତ୍ତିକ ସମାନତା ଓ ଆର୍ଥିକ ବିକାଶ କ୍ଷେତ୍ରରେ ଓଡ଼ିଶାର ରାଙ୍କ ତଳେ ରହିଛି । ଦାରିଦ୍ର୍ୟ ଦୂରୀକରଣ ତଳ ଆଡୁ ୩, କ୍ଷୁଧାମୁକ୍ତିରେ ତଳ ଆଡୁ ୬ , ଆର୍ଥିକ ବିକାଶରେ ତଳ ଆଡୁ ୨ ରେ ରହିଛି ଓଡ଼ିଶା। ଏ ସବୁକୁ ନେଇ ବିଜେଡି ସରକାରକୁ ୫ଟି ପ୍ରଶ୍ନ ପଚାରିଛନ୍ତି ଅପରାଜିତା। ପୂର୍ବରୁ ୬ଟି ପ୍ରଶ୍ନକୁ ମିଶାଇ ସମୁଦାୟ ୧୧ଟି ପ୍ରଶ୍ନର ଉତ୍ତର ମାଗିଛନ୍ତି ଭୁବନେଶ୍ବର ସାଂସଦ।

ଦାରିଦ୍ର୍ୟ ଦୂରୀକରଣରେ ତଳ ଆଡୁ ତୃତୀୟ ସ୍ଥାନରେ ଓଡ଼ିଶା। ଲୋକ ସଂଖ୍ୟାର ୩୩ ପ୍ରତିଶତ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ। ୨୦୧୯ରେ ସ୍ଥିତି ଯାହା ଥିଲା ଏବେ ବି ସେୟା ଅଛି। ଆନ୍ଧ୍ରପ୍ରଦେଶରେ ୯.୨ ପ୍ରତିଶତ ଲୋକ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଅନେକ ଲୋକ ଏବେ ବି କଚ୍ଚା ଘରେ ରହୁଛନ୍ତି । ଆମ ରାଜ୍ୟରେ ଏକ କୋଟି ବା ୧୪.୨ ପ୍ରତିଶତ ଘର କଚ୍ଚାଘର।

ପଶ୍ଚିମବଙ୍ଗରେ କେଵଳ ୬ ପ୍ରତିଶତ ଘର କଚ୍ଚା ଘର । ଆନ୍ଧ୍ର ପ୍ରଦେଶରେ ୩.୨ ପ୍ରତିଶତ ଘର କଚ୍ଚାଘର। ବିଜେଡି ପାଖରେ ପ୍ରଶ୍ନ, କେନ୍ଦ୍ର ସରକାର ଲକ୍ଷ ଲକ୍ଷ ଘର ଦେଉଛନ୍ତି। କୁଆଡେ ଗଲା। ବିକାଶ ଦିଶୁନାହିଁ କାହିଁକି। କ୍ଷୁଧାମୁକ୍ତି ବିଭାଗରେ ୨୮ ରାଜ୍ୟ ତାଲିକାରେ ତଳ ଆଡୁ ୬ ନମ୍ବରରେ ଓଡ଼ିଶା। ପାଖାପାଖି ୪୮ ପ୍ରତିଶତ ମହିଳା ରକ୍ତହୀନତାରେ ପୀଡ଼ିତ। ୫ ବର୍ଷରୁ ଶିଶୁ ମଧ୍ୟରୁ ୨୯ ପ୍ରତିଶତ କୁପୋଷିତ।

ପ୍ରାଥମିକ ଓ ମାଧ୍ୟମିକ କ୍ଷେତ୍ରରେ ସ୍କୁଲ ଗଲେ ସମାଜ ଶିକ୍ଷିତ ଆଡକୁ ଗତି କରେ । ୨୦୧୫-୧୬ ଠାରୁ ୮ ଲକ୍ଷ ପିଲା ସ୍କୁଲ ଗଲେ ନାହିଁ। ୫ ଲକ୍ଷ ଘରୋଇ ସ୍କୁଲକୁ ଗଲେ। ୩ ଲକ୍ଷ ପାଠ ଛାଡ଼ିଦେଲେ। ଦେଶର ୮୫ ପ୍ରତିଶତ ସ୍କୁଲରେ ପାଣି ଓ ବିଜୁଳି ଅଛି। ହେଲେ ରାଜ୍ୟରେ ମାତ୍ର ୬୮ ପ୍ରତିଶତ ସ୍କୁଲରେ ପାଣି ଓ ବିଦ୍ୟୁତ ଅଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ନିଜ ନିଜ ଅଂଶ ଦେଉଛନ୍ତି, ତେବେ କେଉଁଠି ଭୁଲ ରହିଯାଉଛି ।

୧୦୩.୫% ମହିଳାଙ୍କ ଉପରେ ଅପରାଧ ମାମଲା ସାମ୍ନାକୁ ଆସିଛି । ମହିଳାଙ୍କ ସୁରକ୍ଷା କ୍ଷେତ୍ର ବିଜେଡି ସରକାର କରିପାରୁନାହିଁ । ୮.୩ ପ୍ରତିଶତ ଅପରାଧୀଙ୍କୁ ଦଣ୍ଡ ମିଲୁଛି । ୨୦୧୫ରୁ କ୍ରମାଗତ ଭାବେ ମହିଳାମାନଙ୍କ ଉପରେ ଅପରାଧ ବଢ଼ିଚାଲିଛି ।

୨୮ଟି ରାଜ୍ୟ ତାଲିକାରେ ତଳଆଡୁ ଦ୍ବିତୀୟ ନମ୍ବରରେ ଓଡ଼ିଶା । ମେକ୍ ଇନ ଓଡ଼ିଶା ଭଳି ବିଭିନ୍ନ କାର୍ଯ୍ୟକ୍ରମ ସତ୍ତ୍ବେ ଇଜ ଅଫ ଡୁଇଙ୍ଗ ବିଜନେସରେ ଶୂନ। ନୂତନ ଚିନ୍ତାଧାରା କ୍ଷେତ୍ରରେ ଓଡ଼ିଶା ୧୨ ଥିଲା ୧୪କୁ ଖସିଯାଇଛି। ପ୍ରତ୍ୟେକ ଲକ୍ଷେ ଲୋକଙ୍କ ପାଇଁ ୧୨ଟି ବ୍ୟାଙ୍କ ଓଡ଼ିଶାରେ ଅଛି। ଲକ୍ଷେ ଲୋକଙ୍କ ପାଇଁ ୧୬ଟି ଏଟିଏମ ଓଡ଼ିଶାରେ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe