କଟକ, ଭଦ୍ରକରେ ରହିବନି ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍‌

Advertisment
ଭୁବନେଶ୍ୱର-ରାଉର‌କେଲା ଏକ୍ସପ୍ରେସ୍‌ ସମୟ ପରିବର୍ତ୍ତନ

Kalinga TV

ଭୁବନେଶ୍ବର : ଭୁବନେଶ୍ବରରୁ ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍‌(୦୨୮୨୩) ଚଳାଚଳରେ କିଛିଟା ପରିବର୍ତନ କରାଯାଇଛି। କୋଭିଡ୍‌-୧୯ ନିୟମ ଅନୁଯାୟୀ, ଆବଶ୍ୟକୀୟ ଭିତ୍ତିଭୂମି ଅଭାବରୁ ୫ଟି ଷ୍ଟେସନ୍‌ ଯଥା କଟକ, ଭଦ୍ରକ, ମୁରି, ଗୋମୋ ଓ କୋଡରମା ଷ୍ଟେସନରେ ଏହି ଟ୍ରେନ୍‌ ଅଟକିବ ନାହିଁ। ଯେଉଁ ଯାତ୍ରୀମାନେ କଟକ ଓ ଭଦ୍ରକରୁ ଉକ୍ତ ଟ୍ରେନ୍‌ରେ ଯାତ୍ରା କରିବାକୁ ଥିବେ, ସେମାନେ ପରବର୍ତୀ ଷ୍ଟେସନ୍‌ ତଥା ବାଲେଶ୍ବରରୁ ଯାତ୍ରା କରିପାରିବେ। ଗତ ଜୁନ୍‌ ୧ତାରିଖଠାରୁ ଏହି ନିୟମ ଲାଗୁ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe