ଭୁବନେଶ୍ବର ରାମ ମନ୍ଦିର ପରିଚାଳନା ମାମଲା : ସତ୍ୟପାଠ ଦାଖଲ ପାଇଁ ଦେବୋତ୍ତର ବିଭାଗକୁ ମହଲତ

Advertisment
ଭୁବନେଶ୍ବର ରାମ ମନ୍ଦିର ପରିଚାଳନା ମାମଲା : ସତ୍ୟପାଠ ଦାଖଲ ପାଇଁ ଦେବୋତ୍ତର ବିଭାଗକୁ ମହଲତ

Ram Mandir

କଟକ : ଭୁବ‌ନେଶ୍ବର ଶ୍ରୀରାମ ମନ୍ଦିର ପରିଚାଳନା ବିବାଦ ସଂପର୍କିତ ମାମଲାରେ ସତ୍ୟପାଠ ଦାଖଲ ପାଇଁ ଦେବୋତ୍ତର ବିଭାଗ ହାଇକୋର୍ଟରେ ଅଧିକ ସମୟ ଲୋଡିଛି। ଆଜି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ୍.କେ. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪କୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦେବୋତ୍ତର ବିଭାଗ ସତ୍ୟପାଠ ଦାଖଲ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଭୁବନେଶ୍ବର ଶ୍ରୀରାମ ମନ୍ଦିରର ପରିଚାଳନା ଦାୟିତ୍ବ ମୂଳରୁ ଶ୍ରୀରାମ ମନ୍ଦିର ସେବା ସମିତି ହାତରେ ଥିଲା। ସମିତି ମନ୍ଦିରର ପୂଜା, ନୀତିକାନ୍ତି ଓ ସଂପତ୍ତିର ପରିଚାଳନା କରୁଥିବା‌ ବେଳେ ପରବର୍ତ୍ତୀ ସମୟରେ ଦେବୋତ୍ତର କମିସନରଙ୍କ ନିକଟରେ ଏହି ମନ୍ଦିରକୁ ସର୍ବସାଧାରଣଙ୍କ ଠାକୁର ଭାବେ ଘୋଷଣା ପାଇଁ ଆବେଦନ କରାଯାଇଥିଲା। ଏହି ଆବେଦନ ବିଚାରାଧୀନ ଥିବା ବେଳେ ଗତବର୍ଷ ଅକ୍ଟୋବରରେ ଦୋବୋତ୍ତର କମିସନର ଶ୍ରୀରାମ ମନ୍ଦିରର ପରିଚାଳନା ପାଇଁ ଜଣେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ। ନିର୍ବାହୀ ଅଧିକାରୀଙ୍କୁ ମନ୍ଦିର ପରିଚାଳନା ଦାୟିତ୍ବ ହସ୍ତାନ୍ତର ପାଇଁ ଦେବୋତ୍ତର କମିସନର ନିର୍ଦ୍ଦେଶ ଦେଇଥିଲେ। ଦେବୋତ୍ତର କମିସନରଙ୍କ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀରାମ ମନ୍ଦିର ସେବା ସମିତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥି‌ଲା। ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏହି ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିଥିଲେ। ମାମଲାରେ ଅନ୍ୟ ପକ୍ଷମାନେ ଇଣ୍ଟରଭେନର ପିଟିସନ୍ ଦାଖଲ କରିଥିଲେ। ଏଥିସହିତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇବା ପାଇଁ ପିଟିସନ୍ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ଓ ଇଣ୍ଟରଭେନରଙ୍କ ତରଫରୁ ଆଇନଜୀବୀ ସତ୍ୟନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe