Record temperature in Bhubaneswar. Photograph: (sambad.in)
ଭୁବନେଶ୍ବର: ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ରବିବାର ଦିନ ଅପରାହ୍ଣ ସୁଦ୍ଧା ପ୍ରବଳ ଖରା ଅନୁଭୂତ ହୋଇଛି। ଦିନ ୨ଟା ୩୦ରେ ସମ୍ବଲପୁର ତାପାମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଜ୍ୟ ସାରା ଆଜି ପ୍ରବଳ ଖରା ଅନୁଭୂତ ହୋଇଛି। ସକାଳ ୮ଟାରୁ ସୂର୍ଯ୍ୟକିରଣର ପ୍ରଭାବ ଦେଖିବାକୁ ମିଳିଥିଲା। ଦିନ ୧୧ଟା ପରଠାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାସ୍ତାଘାଟରେ କମ ଲୋକଙ୍କର ଯାତାୟତ ଦେଖିବାକୁ ମିଳୁଥିଲା। ବ୍ୟସ୍ତ ବହୁଳ ସ୍ଥାନଗୁଡ଼ିକରେ ଜନଗହଳିର ଅଭାବ ପରିଲକ୍ଷିତ ହେଉଥିଲା।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର, ହୀରାକୁଦ ଓ ରାଉରକେଲାରେ ସମାନ ପ୍ରକାରର ତାପମାତ୍ରା ରେକର୍ଡ ହୋଇଛି। ଏହି ତିନି ସହରରେ ତାପମାତ୍ରା ୪୦.୪ ଡିଗ୍ରି ଅନୁଭୂତ ହୋଇଛି। ଚାନ୍ଦବାଲିରେ ୩୯.୨, ବାଲେଶ୍ୱର ୩୮.୨ ଓ ଝାରସୁଗୁଡା ୩୭.୬ ଡିଗ୍ରି ତାପାତ୍ରା ରେକର୍ଡ ହୋଇଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ୪୦.୪ ଡିଗ୍ରି ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରାl ଗତକାଲି ଏବଂ ମାର୍ଚ୍ଚ ୨୮ରେ ଏହା ପୂର୍ବରୁ ୨୦୨୫ରେ ୪୦.୨ ଡିଗ୍ରି ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଥିଲା।
Weather | IMD
Follow Us