ଭୁବନେଶ୍ୱର ସବୁଠୁ ତତଲା: ୪୦ଂ ଉପରେ ୧୦ ସହର

Advertisment
ରାଜ୍ୟରେ ପାରଦ ଏବେ ଉପରମୁହାଁ; ପୁଣି ତାତିଲା ଟିଟିଲାଗଡ଼, ସୋନପୁର

Photo by : Skymet Weather

ଭୁବନେଶ୍ୱର : ଚଳିତବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା। ଆଜି ଏକାଥରେ ୧୦ଟି ସହରର ତାପମାତ୍ରା ୪୦ ଡିଗି୍ରି ଟପିଛି। ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ୪୧.୨ ଡିଗ୍ରି ରେକର୍ଡ କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାର ପ୍ରକୋପ ବହୁତ ଅଧିକ ରହିଥିଲା। ପ୍ରବଳ ଗୁଳୁଗୁଳି ଅନୁଭୂତ ହେବା ଦ୍ୱାରା ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ୱର ବ୍ୟତୀତ ଆଉ ୯ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର ତାପମାତ୍ରା ବି ବଢ଼ିଛି। ଟିଟିଲାଗଡ଼ ଓ ବଲାଙ୍ଗୀର ତାପମାତ୍ରା ୪୧ ଡିଗ୍ରି ରହିଥିବା ବେଳେ ହୀରାକୁଦ, ଝାରସୁଗୁଡ଼ା ଓ ତାଳଚେରରେ ୪୦.୬ ଡିଗ୍ରି, ଚନ୍ଦବାଲିରେ ୪୦.୪, ଅନୁଗୁଳରେ ୪୦.୩, ମାଲକାନଗିରିରେ ୪୦.୨, ସମ୍ବଲପୁରରେ ୪୦ ଡିଗ୍ରି ରୋକର୍ଡ କରାଯାଇଛି। ପୂର୍ବାହ୍ନରେ ଆକାଶ ମେଘମୁକ୍ତ ରହୁଥିବାରୁ ତାପମାତ୍ରା ବଢ଼ୁଛି। ଏହି ସମୟରେ ପବନର ବେଗ ମଧ୍ୟ ହ୍ରାସ ପାଉଛି। ତେଣୁ ଅଧିକ ତାତି ଅନୁଭୂତ ହେଉଥିବା ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୌଣସି ବି ସ୍ଥାନରେ ବର୍ଷା ହୋଇ ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା କ୍ଷୀଣ। କାଁ ଭାଁ କାଳବୈଶାଖୀର ଆଶଙ୍କା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ହେବା ସହ ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖ ବେଳକୁ ଅଧିଂଶ ସହରର ତାପମାତ୍ରା ୪୨ ଡିଗ୍ରି ଉପରକୁ ଚାଲିଯିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe