୪୩.୮ ଡିଗ୍ରି ସହ ସୋନପୁର ଉତ୍ତପ୍ତ ସହର, ଭୁବନେଶ୍ବରରେ ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୩ ଡ଼ିଗ୍ରି ରେକର୍ଡ

୪୩.୮ ଡିଗ୍ରି ସହ ସୋନପୁର ଉତ୍ତପ୍ତ ସହର, ଭୁବନେଶ୍ବରରେ ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୩ ଡ଼ିଗ୍ରି ରେକର୍ଡ

ଭୁବନେଶ୍ବର: କ୍ରମାଗତ ଭାବେ ତୃତୀୟ ଦିନରେ ଭୁବନେଶ୍ବରରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଜି ଦିନର ତାପାମାତ୍ରା ସର୍ବାଧିକ ୪୩.୩ ଡିଗ୍ରି ରେକର୍ଡ କରାଯାଇଛି। ଏହା ହେଉଛି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ହୋଇଛି। କଟକରେ ଆଜି ୪୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

publive-image

ଆଜି ରାଜ୍ୟର ୨୮ଟି ସହରରେ ୪୦ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ୮ଟି ସହରରେ ୪୨ଡ଼ିଗ୍ରି କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୪୩.୮ ଡ଼ିଗ୍ରି ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ୪୩.୩ ଡ଼ିଗ୍ରି ସହ ଭୁବନେଶ୍ୱର ଦ୍ୱିତୀୟ ସହର ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲିଠାରୁ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହୁଛି।

publive-image

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୨୦୧୧ ପରଠାରୁ ଏପ୍ରିଲ ମାସରେ ଆଜି ତୃତୀୟ ସ‌ର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ବରରେ ତାପମାତ୍ରା ୪୫.୮ ଡିଗ୍ରି ରେକର୍ଡ ହୋଇଥିଲା। ୨୦୧୯ ଏପ୍ରିଲ ୧୬ରେ ଏଠାକାର ତାପମାତ୍ରା ୪୩.୭ ଡିଗ୍ରି ଥିଲା।

ଏହା ପୂର୍ବରୁ ଭୁବନେଶ୍ବରରେ ଗତକାଲି ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ କରାଯାଇଥିଲା। ଶୁକ୍ରବାର ମଧ୍ୟ ଏଠାରେ ୪୦.୮ ଡିଗ୍ରି ରେକର୍ଡ କରାଯାଇଥିଲା। ସେହିପରି ଭୁବନେଶ୍ବରରେ ଗତ ୧୮ ତାରିଖରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଥିଲା।

ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବର ଶାଖା ପକ୍ଷରୁ କୁହାଯାଇଛି ଯେ,  ଭୁବନେଶ୍ବରରେ ଆଜି ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ପୂର୍ବାହ୍ନରେ ଯଦିଓ ଖରାର ପ୍ରଭାବ କମ ଥିଲା କିନ୍ତୁ ସକାଳ ୧୦ଟା ପରେ ତାପମାତ୍ରା ବଢ଼ିଥିଲା। ଦିନ ସମୟର ତାପମାତ୍ରା ଲୋକଙ୍କୁ ଅଧିକ ଅସ୍ତବ୍ୟସ୍ତ କରିପକାଇଥିଲା। ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଆଜି ଖରା ଅସହ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe