ଭୁବନେଶ୍ୱର-ସୁରାଟ ବିମାନ ସେବା ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଛି, ବିପିଆଇଏ କର୍ତ୍ତୃପକ୍ଷଙ୍କ ସୂଚନା

Advertisment
ଏୟାର ଇଣ୍ଡିଆ ବିମାନରେ ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୯ ଯାତ୍ରୀ

image source--the indian express

ଭୁବନେଶ୍ୱର: ଅନଲକ୍-୪ ପରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଯେଉଁମାନେ କରୋନା ମହାମାରୀ ମଧ୍ୟରେ ଗୁଜୁରାଟ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ସେମାନେ ବିମାନରେ ଯାଇପାରିବେ। କାରଣ ଭୁବନେଶ୍ୱର-ସୁରାଟ ପ୍ରତ୍ୟକ୍ଷ ବିମାନ ସେବା ଆଗାମୀ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି।
ଭୁବନେଶ୍ୱରରୁ ସୁରାଟ ଅଭିମୁଖେ ଏୟାର ଇଣ୍ଡିଆର ବିମାନ ପ୍ରତ୍ୟେକ ସୋମବାର ଏବଂ ବୁଧବାର ଦିନ ସନ୍ଧ୍ୟା ୬ଟା ୨୦ ମିନିଟ୍ ସମୟରେ ଯାତ୍ରା ଆରମ୍ଭ କରିବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଏହି ବିମାନଟି ସୁରାଟରୁ ଅପରାହ୍ନ ସାଢେ ୩ଟାରେ ଛାଡ଼ି ଭୁବନେଶ୍ୱରରେ ୫ଟା ୨୦ ମିନିଟରେ ପହଞ୍ଚିବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀ ୨୦ ତାରିଖରେ ଭୁବନେଶ୍ୱରରୁ ସୁରାଟକୁ ଏୟାର ଇଣ୍ଡିଆ ପ୍ରଥମ ବିମାନସେବା ଆରମ୍ଭ ହୋଇଥିଲା। କିନ୍ତୁ ଦୁଇ ମାସ ପରେ, କୋଭିଡ-୧୯ର ବିସ୍ଫୋରକ ସ୍ଥିତି ହେତୁ ଦୁଇ ସହର ମଧ୍ୟରେ ବିମାନ ସେବାକୁ ସ୍ଥଗିତ ରଖାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe