ଫେବ୍ରୁଆରି ୨୯ରୁ ଭୁବନେଶ୍ୱରରୁ ବାରଣାସୀକୁ ବିମାନ ଉଡ଼ାଣ

Advertisment
ଅଧିକ ସଂଖ୍ୟକ ଫ୍ଲାଇଟ୍‌ ଚଳାଚଳ ପାଇଁ ଏୟାରଲାଇନ୍ସମାନଙ୍କୁ ଅନୁମତି ଦେବେ କେନ୍ଦ୍ର ସରକାର

Skyborne

ଭୁବନେଶ୍ୱର : ଦୁଇ ବର୍ଷ ତଳେ ଏୟାର ଇଣ୍ଡିଆ ମାତ୍ର କିଛି ମାସ ପାଇଁ ଭୁବନେଶ୍ୱରରୁ ବାରଣାସୀକୁ ବିମାନ ସେବା ଆରମ୍ଭ କରି ବନ୍ଦ କରି ଦେଇଥିଲା। ଫଳରେ ଭୁବନେଶ୍ୱରରୁ ବାରଣାସୀକୁ ବିମାନ ସେବା ବନ୍ଦ ହୋଇଯାଇଥିଲା। ହେଲେ ଆସନ୍ତା ଫେବ୍ରୁଆରି ୨୯ରୁ ପୁଣି ଏହି ସେବା ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱରରୁ ବାରଣାସୀକୁ ସିଧା ବିମାନ ଉଡ଼ାଣ କରିବା ପାଇଁ ଇଣ୍ଡିଗୋ ଡିଜିସିଏରୁ ଅନୁମତି ପାଇଛି।

‌ଏହି ବିମାନ ପ୍ରତିଦିନ ଉଡ଼ାଣ କରିବ। ବାରଣାସୀରୁ ସଂଧ୍ୟା ୬ଟା ୪୫ରେ ବାହାରି ଭୁବନେଶ୍ୱରରେ ରାତି ୮ଟା ୪୦ରେ ଅବତରଣ କରିବ। ଏହାପରେ ଭୁବନେଶ୍ବରରୁ ରାତି ୯ଟାରେ ଉଡ଼ାଣ ଆରମ୍ଭ କରି ବାରଣାସୀରେ ରାତି ୧୧ଟା ୫୫ରେ ଅବତରଣ କରିବ। ପ୍ରାୟ ୧ ଘଣ୍ଟା ୫୫ ମିନିଟର ଏହି ବିମାନ ଯାତ୍ରା ପାଇଁ ଏବେ ୩୪୭୦ଟଙ୍କା ଭଡ଼ା ରହିଛି। ବୌଦ୍ଧ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ପୂର୍ବରୁ ବହୁବାର ଦା‌ବି ହୋଇଥିଲା। ଏପରିକି ବହୁ ଅନ୍ତର୍ଜାତୀୟ ବୌଦ୍ଧ ପର୍ଯ୍ୟଟକ ବାରଣାସୀ ଆସୁଥିଲେ ହେଁ ଭୁବନେଶ୍ବରକୁ ସିଧା ବିମାନ ନଥିବାରୁ ଓଡ଼ିଶାର ବିଭିନ୍ନ ବୌଦ୍ଧ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଆସି ପାରୁନଥିଲେ। ତେଣୁ ଏହି ବିମାନ ଉଡ଼ାଣ କଲେ ରାଜ୍ୟରେ ବୌଦ୍ଧ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe