ଏମ୍ସ ପାଇଁ ଭୁବନେଶ୍ବର ପଦଯାତ୍ରା: ସୁନ୍ଦରଗଡ଼ରେ ସମ୍ବର୍ଦ୍ଧନା

Advertisment
ଏମ୍ସ ପାଇଁ ଭୁବନେଶ୍ବର ପଦଯାତ୍ରା: ସୁନ୍ଦରଗଡ଼ରେ ସମ୍ବର୍ଦ୍ଧନା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଠାରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରସ୍ତାବ ରାଜନୀତିର ପଶାପାଲିରେ କେଉଁଠି ହଜିଯିବାକୁ ବସିଛି। କେନ୍ଦ୍ର ସରକାର ସୁନ୍ଦରଗଡ଼ର ସ୍ବପ୍ନକୁ ଝୁଲାଇ ରଖିଥିବା ବେଳେ ରାଜ୍ୟ ସରକାର ମଧ୍ୟ କେବଳ ପ୍ରସ୍ତାବ ଦେଇ ନିରବ ହୋଇଯାଇଛନ୍ତି। ବରଂ ଏହା ମଧ୍ୟରେ ରାଜ୍ୟ ସରକାର ଏକ ସରକାରୀ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏସ୍ଥିତିରେ ସୁନ୍ଦରଗଡ଼ ଠାରେ ଏମ୍ସ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଜଣେ ଯୁବ ସଦସ୍ୟ ସୁମିତା ଦାଶ ରାଉରକେଲାରୁ ଭୁବନେଶ୍ବର ପଦଯାତ୍ରା ଆରମ୍ଭ କରିଛନ୍ତି।

ଏହି ଅବସରରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠାର ଯଥାର୍ଥତା ସମ୍ପର୍କରେ ସେ ଓଡ଼ିଶାବାସୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ରାଉରକେଲାରୁ ଗତ ୧୩ ତାରିଖରେ ବାହାରିଥିବା ସୁମିତ ଶନିବାର ସୁନ୍ଦରଗଡ଼ରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ୧୬ ତାରିଖରେ ଝାରସୁଗୁଡ଼ା, ୧୮ରେ ସମ୍ବଲପୁର, ୨୦ରେ ରେଢାଖୋଲ, ୨୨ରେ ଅନୁଗୁଳ, ୨୫ରେ ଆଠଗଡ଼, ୨୬ରେ କଟକ ଓ ୨୭ରେ ଭୁବନେଶ୍ବର ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe