ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ପତ୍ନୀ ଓ ଝିଅ

Advertisment
ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ପତ୍ନୀ ଓ ଝିଅ

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଓ ତାଙ୍କ ଝିଅ ଶ୍ୱେତା କୋବିନ୍ଦ ରବିବାର ଅପରାହ୍‌ଣରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଉଭୟ ସବିତା ଓ ଶ୍ୱେତା ଲିଙ୍ଗରାଜ ମନ୍ଦିର ଭିତରକୁ ଅପରାହ୍‌ଣ ୨ଟା ୫୦ ମିନିଟରେ ପ୍ରବେଶ କରିଥିଲେ। ସେମାନେ ମନ୍ଦିର ପରିସରରେ ଥିବା ଭଗବାନ ସିଦ୍ଧି ବିନାୟକ, ଦେବୀ ପାର୍ବତୀ, ଦେବୀ ଭୁବନେଶ୍ୱରୀ ଓ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହିତ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। ମନ୍ଦିର ପରିସରରେ ପ୍ରାୟ ୨୫ ମିନିଟ ସମୟ ଅତିବାହିତ କରିବା ପରେ ବାହାରକୁ ଆସିଥିଲେ।

ଲିଙ୍ଗରାଜ ମନ୍ଦିର ପରିଦର୍ଶନ ଶେଷ ହେବା ପରେ ବାହାର ପାର୍ଶ୍ୱରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼କୁ ଦେଖି ରାଷ୍ଟ୍ରପତିଙ୍କ ପତ୍ନୀ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ, ମୋ ପାଇଁ ଏତେ ସଂଖ୍ୟାରେ ଦର୍ଶକଙ୍କୁ ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଛି। ତେଣୁ ମୁଁ ଦୁଃଖିତ। ମୋ ପାଇଁ ଯେଉଁ ଦର୍ଶକଙ୍କୁ ଏତେ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି, ସେମାନଙ୍କୁ ମୁଁ କ୍ଷମା ମାଗୁଛି।

ରାଷ୍ଟ୍ରପତିଙ୍କ ପତ୍ନୀ ଓ ଝିଅଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ ପାଇଁ ପୁଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଥିବା ବେଳେ ମନ୍ଦିର ପ୍ରଶାସନ ତରଫରୁ ସୁବନ୍ଦୋବସ୍ତ କରାଯାଇଥିଲା। ଅପରାହ୍‌ଣ ୨ଟା ପରେ ସାଢ଼େ ୩ଟା ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କୁ ବାରଣ କରାଯାଇଥିଲା। ଫଳରେ ମନ୍ଦିର ବାହାରେ ହଜାର ହଜାର ଦର୍ଶକଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe