Bhubaneswar will be drug-free, traffic congestion will be reduced, houses will be available for Rs 14 lakh Photograph: (sambad.in)
ଭୁବନେଶ୍ବର: ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନପାଇଁ ବିଭିନ୍ନ ଲକ୍ଷ୍ୟ ରଖାଯାଇଥିବା ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ନିଶାମୁକ୍ତ ଭୁବନେଶ୍ୱର ପାଇଁ ବିଧାୟକ ବାବୁ ସିଂ କରିଛନ୍ତି ଶପଥ । ଏହା ସହ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଉନ୍ମୋଚିତ ହୋଇଛି ୱାର୍କ ସ୍ପିକ-ଆବାହନ ନାମକ ରିପୋର୍ଟ କାର୍ଡ଼ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ବିଏମସି କମିଶନର ଚଞ୍ଚଳ ରାଣା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସାଙ୍ଗକୁ ସହରର ସୌନ୍ଦର୍ଯ୍ୟ ବଢାଇବା ପାଇଁ କଣ ପ୍ରୟାସ ଆଗାମୀ ଦିନରେ କରାଯିବ ସେନେଇ କୁହାଯାଇଛି। ତେବେ ପ୍ଲାନିଂ ହୋଇଥିବା ସହରରେ ବର୍ତ୍ତମାନ ଜବରଦଖଲ ହୋଇ ସହର ବଢ଼ି ଚାଲିଥିବା କହିଛନ୍ତି ମେୟର ସୁଲୋଚନା ଦାସ। ସେହିଭଳି ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ନେଇ କହିବା ସାଙ୍ଗକୁ ଡ୍ରଗ୍ସ କାରବାରରେ ରୋକ ଲଗାଇବା ପାଇଁ ବିଧାୟକ ବାବୁ ସିଂ ଆହ୍ୱାନ ଦେଇଛନ୍ତି ।
ଅନ୍ୟପକ୍ଷରେ ବର୍ତ୍ତମାନ ଭୁବନେଶ୍ୱରରେ ଜାଗା ଓ ଘର କିଣିବା କଷ୍ଟକର ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିବା ସାଙ୍ଗକୁ ବସ୍ତି ସମସ୍ୟା ବାବଦରେ କହିଛନ୍ତି। ସେ କହିଛନ୍ତି ଭୁବନେଶ୍ୱରରେ ଚଉଦ ଲକ୍ଷ ଟଙ୍କାରେ ମିଳିବ ଘର।
କୋଟିଏ ଟଙ୍କା ନହେଲେ ଘର ହେଉନାହିଁ । ଏଥିପାଇଁ ଅନେକ ଲୋକ ଘର କିଣିପାରୁ ନଥିବା ବେଳେ ସରକାର ଏହାକୁ ନେଇ ଚିନ୍ତା କରୁଛନ୍ତି। ଚଉଦ ଲକ୍ଷ ଦେଇ ଘର ନେଇପାରିବେ ଲୋକ।
ପ୍ରାଥମିକ ପର୍ଯ୍ୟାୟରେ ଇଡବ୍ଲୁଏସ ପରିବାରକୁ ଘର ଯୋଗାଇଦେବା ପାଇଁ ଚଉଦ ଲକ୍ଷ୍ୟରୁ ୫୦ ଲକ୍ଷ ଭିତରେ ଏହି ଘର ପ୍ରଦାନ କରାଯିବ। ଏଥିପାଇଁ ସରକାର ମନସ୍ଥ କରିଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ତେବେ ରାସ୍ତା ସମେତ ଡ୍ରେନେଜ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି । ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ପାଖାପାଖି ୧୫୦ କୋଟି ବ୍ୟୟ ଆନୁକୂଲ୍ୟରେ ପ୍ରସ୍ତୁତ ହେଉଛି ଡିପିଆର। ନିକୋ ପାର୍କ ପୁନଃନିର୍ମାଣ ହେବ ।
ତିନି ଫେଜରେ ହେବ କାମ। ନିକୋ ପାର୍କ ଯେମିତି ଭୁବନେଶ୍ୱର କେନ୍ଦ୍ର ସ୍ଥଳୀରେ ଥିଲା କିନ୍ତୁ ଏବେ ନିକୋ ପାର୍କ ପାଖକୁ ଗଲେ ନାକ ବନ୍ଦ କରିବାକୁ ପଡୁଛି । ତେଣୁ ୨୫୦-୩୦୦ କୋଟିର ଡିପିଆର ପ୍ରସ୍ତୁତ ହୋଇଛି । ନିକୋ ପାର୍କ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କେମିତି ହେବ ସେନେଇ ତିନିଟି ଫେଜରେ କାମ ହେବ ବୋଲି କହିଛନ୍ତି ମନ୍ତ୍ରୀ।
ଏହା ସହ ଦୟା-ଗାଙ୍ଗୁଆ ନାଳ ପାଇଁ ଏକ ଟେକ୍ନିକାଲ ଟିମ ପ୍ରସ୍ତୁତ ହୋଇଛି । ଡିପିଆର ପ୍ରସ୍ତୁତି ହେବ । ଏଥିପାଇଁ ସମସ୍ତ ଚେଷ୍ଟା କରାଯାଉଛି ଓ ଏହା ସହ କେମିତି ପୂର୍ବରୁ ତିଆରି ହୋଇଥିବା ଘର ପାଇଁ ରେଜିଷ୍ଟ୍ରେସନ ସହଜ ହେବ ସେନେଇ ମଧ୍ୟ ସମାଧାନର ରାସ୍ତା ବାହାର କରାଯିବ । ସହରର ରିଷ୍ଟ୍ରକ୍ଚର କାମ ପାଇଁ ସମସ୍ତ ପ୍ରୟାସ କରାଯାଉଛି । ବର୍ଜ୍ୟବସ୍ତୁକୁ ବାୟୋଗ୍ୟାସରେ ପରିଣତ କରିବାକୁ ଏମଓୟୁସ୍ବାକ୍ଷର ହୋଇଥିବା ନେଇ ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
krushna chandra mahapatra | CM Mohan Charan Majhi | Bhubaneswar
Follow Us