ଭୁବନେଶ୍ୱର: ଏଣିିକି ଓଡିଶାରେ ପାଇପ ଲାଇନ୍ ଯୋଗେ ହେବ ପ୍ରାକୃତିକ ଗ୍ୟାସ ଯୋଗାଣ। ଆସନ୍ତା ୨୦ ତାରିଖରେ ଏହାର ଶୁଭାରମ୍ଭ କରିବେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମ ପର୍ଯ୍ୟାୟରେ ନାଲକୋ ନଗରରେ ୨୫୫ ଘରକୁ ପାଇପ ଲାଇନ୍ ଯୋଗେ ହେବ ଗ୍ୟାସ ଯୋଗାଣ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ନାମରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି। ଗେଲ୍ ପକ୍ଷରୁ ନାଲକୋ ନଗରର ୨୫୫ ଘରକୁ ପରିବେଶ ଉପଯୋଗୀ ପ୍ରାକୃତିକ ଗ୍ୟାସ ମିଳିପାରିବ। ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ମଧ୍ୟ ପାଇପ ଲାଇନ ଯୋଗେ ମିଳିବ ପ୍ରାକୃତିକ ଗ୍ୟାସ। ଏହା ପରେ ସଂପୂର୍ଣ୍ଣ ଓଡ଼ିଶାରେ ପାଇପ ଯୋଗେ ଗ୍ୟାସ ଯୋଗାଣ କରିବାକୁ ଯୋଜନା ରହିଛି।
ରାଜଧାନୀରେ ଏଣିକି ମିଳିବ ପାଇପ୍ ଯୋଗେ ଗ୍ୟାସ୍
Advertisment
Follow Us