ରାଜଧାନୀର ୫ଟି ବିଦ୍ୟାଳୟରେ ଆରମ୍ଭ ହେଲା କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟା

ରାଜଧାନୀର ୫ଟି ବିଦ୍ୟାଳୟରେ ଆରମ୍ଭ ହେଲା କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରର ୫ଟି ବିଦ୍ୟାଳୟରେ କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି। ରାଜଧାନୀର ଉକ୍ତ ୫ଟି ବିଦ୍ୟାଳୟରେ ମେଡିକାଲ୍ ଟିମ୍ କରୋନା ସନ୍ଦିଗ୍ଧଙ୍କଠାରୁ ସ୍ବାବ୍ ସଂଗ୍ରହ କରୁଛନ୍ତି। ରାଜ୍ୟ ସରକାର କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି।

ଆଜିଠାରୁ ରାଜଧାନୀର ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ଉଚ୍ଚ ବିଦ୍ୟାଳୟ ଓ ନୟାପଲ୍ଲୀ ମମତାଜ ଅଲୀ ଉଚ୍ଚ ବିଦ୍ୟାଳୟରେ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯାଉଛି। ୧୭ ତାରିଖ ଯାଏ ମେଡିକାଲ୍ ଟିମର ନମୁନା ସଂଗ୍ରହ ଓ ଟେଷ୍ଟ ଚାଲିବ ବୋଲି ଜଣାଯାଇଛି।
ଏହି ବିଦ୍ୟାଳୟଗୁଡ଼ିକରେ ୧୧ ତାରିଖରୁ ୧୭ ତାରିଖ ଯାଏଁ ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ ରୁ ୫ଟା ଯାଏଁ କରୋନା ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ କରାଯିବ।

publive-imageସୂଚନାଯୋଗ୍ୟ, ନମୁନା ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ଓ୍ୱାଚ୍‌ମ୍ୟାନ୍‌ ଉପସ୍ଥିତ ରହିବାକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦେଶକ ଚିଠି ଲେଖି ନିର୍ଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe